TTPS ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ନହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବ କଂଗ୍ରେସ

ଅନୁଗୋଳ (ଏନ ଟି ପି):

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ କଂଗ୍ରେସ ରେ କେନ୍ଦ୍ରରେ ସରକାର ସମୟରେ ୧୯୬୧ ମସିହାରେ TTPS ପାୱାର ପ୍ଲାଣ୍ଟ ଆରମ୍ଭ ହୋଇ ୧୯୬୮ ମସିହାରେ ଷ୍ଟେଜ ୧ ରୁ ୨୪୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିଲା।ପରେ ଏହି NTPC କୁ ୧୯୯୫ ମସିହାରେ ହସ୍ତାନ୍ତର କରାଯାଇଥିଲେ।ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିବା ବେଳେ ପ୍ଳାଣ୍ଟ ବନ୍ଦ ହୋଇ ଯିବ ବୋଲି ଯେଉଁ ଆଶଙ୍କା କରା ଯାଉଥିଲା ତାହା ଆଜି ସତ ହୋଇଛି । ଦୀର୍ଘ ୫୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଳଚେର ଥର୍ମାଲ ପାୱାର ଷ୍ଟେସନ ରାଜ୍ୟବାସୀଙ୍କୁ କ୍ରମାଗତ ଭାବେ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲା । ହେଲେ  ପ୍ଲାଣ୍ଟର ସମସ୍ତ ୬ ଟି ୟୁନିଟକୁ ବନ୍ଦ କରିଦିଆ ଯାଇଛି । ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୁର୍ଣ୍ଣ ଠପ ହୋଇ ଯାଇଛି । ୪୬୦ ମେଗାୱାଟ ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇ ଯାଇଛି ।  ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ୍‌) ଓଡ଼ିଶାର ଟେକ ରଖିଥିଲା। ରାଜ୍ୟର ଏହି ପ୍ରଥମ ତାପଜ ବିଦ୍ୟୁତ ପ୍ରକଳ୍ପ ତାଳଚେରବାସୀଙ୍କ ଭାତହାଣ୍ଡି ପାଲଟିଥିଲାବେଳେ ଓଡ଼ିଶା ପାଇଁ ଥିଲା ଶକ୍ତିର ଉତ୍ସ। ଅନେକ ସଫଳ କାହାଣୀର ସାକ୍ଷୀ ପାଲଟିଥିବା ଏହି ଟିଟିପିଏସ୍‌ କିନ୍ତୁ ଏବେ ମାଟିରେ ମିଶିବାକୁ ଦିନ ଗଣୁଛି। ଆୟୁଷ ପୂରିଗଲା କହି ଏହାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ଏପଟେ ଟିଟିପିଏସ୍‌ର ଚିମିନିରୁ ଧୂଆଁ ବନ୍ଦ ହେବା ସହ ଠପ୍‌ ହୋଇଯାଇଛି ହଜାର ହଜାର କର୍ମଚାରୀଙ୍କ ତେଲଲୁଣର ସଂସାର। ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା। ଟିଟିପିଏସ୍‌ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ଚିଠି ସତ୍ତ୍ବେ ଏନ୍‌ଟିପିସି ଏହାକୁ ଗୁରୁତ୍ବ ଦେଇନି। ବରଂ, ଏହି ପ୍ରକଳ୍ପ ଆଉ ଚାଲି ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛି। ଏହାକୁ ନେଇ ତାଳଚେରରେ ଶ୍ରମିକ ଅଶାନ୍ତି ଆନ୍ଦୋଳନ ଆଡ଼କୁ ମୁହାଁଉଥିଲାବେଳେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖା ଦେଲାଣି।୨୦୦୦ ରୁ ଅଧିକ ଶ୍ରମିକ ପ୍ରଭାବିତ ହୋଇଛନ୍ତି।ସେପଟେ ପରିବେଶ ମଞ୍ଜୁରୀ ନଥିବାରୁ TTPS ପ୍ଲାଣ୍ଟ ବନ୍ଦ କରିଦିଆଯାଇଛି ଗୋଟିଏ ସ୍ୱତନ୍ତ୍ର ଟିମ ଆସି ଏହି ପ୍ଲାଣ୍ଟ କୁ ଅନୁଧ୍ୟାନ କରି ଏହା ଚାଲିପାରିବ ନା ନାହିଁ ବୋଲି ତଦନ୍ତ କରିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା,ରାଜ୍ୟ ମହିଳାକଂଗ୍ରେସ ନେତ୍ରି ସସ୍ମିତା ବେହେରା,ଶ୍ରମିକ ନେତା ରାଜକିଶୋର ସାହୁ,ଛାତ୍ର ନେତା ସୁଦୀପ ମିଶ୍ର,ବିଷ୍ଣୁ ମିହଁ ରଥ,ବାପୁଜି ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ।ନୂତନ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ସହ  ପୁରୁଣା ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ କରାଯାଉ ବୋଲି କଂଗ୍ରେସ ଦାବି କରିଛି।ଆଗାମୀ ଦିନରେ ଦାବି ପୂରଣ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ର ମନ୍ତ୍ରୀ ଙ୍କୁ ଅନୁଗୋଳରେ ଯୁବ ଓ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବ ବୋଲି କହିଛନ୍ତି।ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି କହିଛି କଂଗ୍ରେସ।

Follow by Email
WhatsApp