ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ,କଣ କଣ ରହିଛି ସୁବିଧା

ଭୁବନେଶ୍ୱର (ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ) :

ଆଜି ଠାରୁ ନବିକୃତ ବଗି ସଂଯୋଗ ଦ୍ୱାରା ଚଳାଚଳ

ବହୁ ଗୁଡିଏ ଅତିରିକ୍ତ ସୁବିଧା ସହିତ ଯାତ୍ରୀ ପରିଷେବା ଉପଲବ୍ଧ
ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ

ଆଜିଠାରୁ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ କୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି I ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ ଅଣସଂରକ୍ଷିତ ସିଟିଙ୍ଗ ବଗି ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ସମୁଦାୟ ୧୬ଟି ବଗିଦ୍ୱାରା ଚଳାଚଳ କରୁଅଛି I

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ମଧ୍ୟରେ ନିମ୍ନ ସୁବିଧା ଉପଲବ୍ଧ ଅଛି –

୦୧. ଏହି ଟ୍ରେନର ରଙ୍ଗକୁ ହଳଦିଆ ଓ ଗାଢ଼ ବ୍ରାଉନ ରଙ୍ଗରେ ରଙ୍ଗିତ କରାଯାଇଅଛି I

୦୨. ଟଏଲେଟରେ ଉନ୍ନତମାନର ସୁବିଧା ଉପଲବ୍ଧ କରାଯାଇଅଛି-

   କ.   ଉନ୍ନତ ମାନର ଜେଡ ମ୍ୟାଟ ସହିତ ପିଭିସି ଓ ଏପୋକ୍ସି ଫ୍ଲୋରିଙ୍ଗ ପ୍ରଦାନ କରାଯାଇଅଛି I 

   ଖ.   କ୍ରୋମପ୍ଲେଟ ଥିବା ପିତଳ ଟ୍ୟାପ ବ୍ୟବସ୍ଥା I 

   ଗ.   ଦ୍ୱୈତ କାର୍ଯ୍ୟ କରୁଥିବା ଫ୍ଲସିଂ  ଭଲଭ ବ୍ୟବସ୍ଥା I 

   ଘ.   ସ୍ଟେନଲେସ ଷ୍ଟିଲ ମଇଳା ଦାନୀ ବ୍ୟବସ୍ଥା I 

  ଓଂ.   ଏସି କୋଚ୍ ରେ ହେଲଥଫଉସେଟ (ହାତ ସ୍ପ୍ରେ ) 

   ଚ.    ଏସି କୋଚ୍ ରେ ଟଏଲେଟ ପେପର 

   ଛ.    ଖରାପ ବାସ୍ନାକୁ ପ୍ରତିହତ କରିବାପାଇଁ ଭେଞ୍ଚୁରୀ ଭଳି ପବନ ନିଷ୍କାସନ ବ୍ୟବସ୍ଥା I 

   ଜ.    ଖରାପ ଦୁର୍ଗନ୍ଧକୁ ଏଡ଼ାଇବାପାଇଁ ସ୍ୱୟଂଚାଳିତ ସୁଗନ୍ଧ ବ୍ୟବସ୍ଥା  I 

୦୩. ପ୍ରତିଟି କୋଚ୍ ରେ ଶକ୍ତି ସଂରକ୍ଷଣ ପାଇଁ ଏଲଇଡି ଆଲୋକ ଓ ନୂତନ ଫ୍ୟାନ ବ୍ୟବସ୍ଥା I

୦୪. କୋଚ୍ ଗୁଡିକୁ ସୌନ୍ଦର୍ଯ୍ୟକରଣ ଉପଲବ୍ଧି ପାଇଁ ଏସି କୋଚ୍ ମାନଙ୍କରେ ତୈଳ ଚିତ୍ର ଓ ଫଟୋ ଲଗାଯାଇଛି

୦୫. ରେଳ ହେରିଟେଜ, ସ୍ଵଛ ଭାରତ, ପରିବେଶ ରକ୍ଷାକରିବା, ଏକ ଭାରତ ଶ୍ରେଷ୍ଠ ଭାରତ, ବାୟୋ ଟଏଲେଟ ସୂଚନା ସହିତ ଅନ୍ୟ ସୂଚନା ଗୁଡିକର ଷ୍ଟିକର ଗୁଡିକୁ ଏହି ଟ୍ରେନର କୋଚ୍ ଗୁଡିକର ଅଲୁମୁନିୟମ କମ୍ପୋଜିଟ ବୋର୍ଡରେ ଲଗାଯାଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଅଛି I

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଇବା ପୂର୍ବରୁ ପୂର୍ବତଟ ରେଳପଥ ମଧ୍ୟରୁ ରାୟଗଡା ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ବିଶାଖାପାଟଣା-ହଜରତ ନିଜ଼ାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଏବଂ ସମ୍ବଲପୁର ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ କୁ ପରୀକ୍ଷାମୂଳକ ଭାବେ ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଇଥିଲା I ପୂର୍ବତଟ ରେଳପଥରେ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ତୃତୀୟ ଟ୍ରେନ ଯାହାକି ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଉଅଛି I





Follow by Email
WhatsApp