ନାଲକୋ କଲୋନୀ ଚୋରି ଘଟଣାର ହେଲା ପର୍ଦ୍ଧାଫାସ,୨ ଆନ୍ତଃ ରାଜ୍ୟ ଲୁଟେରା ଗିରଫ Posted on 18/02/201918/02/2019 by NTP Bureau Report ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନୀରେ ଗତ ୧୪ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରିରେ ଗୋଟିଏ କ୍ୱାର୍ଟରରୁ ଚୋରି ଉଦ୍ୟମ କରି ୨ ଜଣ ଅନ୍ତରାଜ୍ୟ ଲୁଟେରାକୁ ଆଜି ପୋଲିସ ଗିରପ କରି ପୋଲିସ କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ଅନୁଯାୟୀ ରାୟଗଡା, ଛତିଶଗଡ଼ ଅଞ୍ଚଳରୁ ଆସିଥିବା ଦୁଇଜଣ ଅଣଓଡ଼ିଆ ଯୁବକ ନାଲକୋ ଷ୍ଟାଡିୟମ ଠାରୁ ୧ଶହେ ମିଟର ଦୂର ରେ ଥିବା (ସେକ୍ଟର-୨) ସି ଟାଇପ ଅଞ୍ଚଳରେ ଥିବା ଗୋଟିଏ ଖାଲି ଥିବା କାର୍ ଗ୍ୟାରେଜ ରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲେ।ମଧ୍ୟରାତ୍ରି ରେ ଦୁଇଜଣଙ୍କ ମଧ୍ୟରୁ ଜଣେ ଗତିବିଧି ଅନୁମାନ କରୁଥିବା ବେଳେ ଅନ୍ୟ ଜଣେ ଗ୍ୟାରେଜ ନିକଟରେ ଥିବା ଏକ ତାଲା ପଡିଥିବା କ୍ୱାର୍ଟରର ଗ୍ରୀଲ ଭିତରକୁ ଯିବା ସମୟରେ ଉକ୍ତ କ୍ୱାର୍ଟର ନିକଟରେ ଥିବା ଜଣେ ସୁରକ୍ଷା କର୍ମୀଙ୍କ ନଜର ଆସିବାରୁ ହାଠାତ ଜୁବକ ଜଣକ ବାଉଁଣ୍ଡରୀ କଡ ରେ ଦୌଡ଼ି ଯାଉଥିଲା।ସୁରକ୍ଷା କର୍ମୀଙ୍କମନରେ ଅଧିକ ସନ୍ଦେହ ସୃଷ୍ଟି ହେବାରୁ ତୁରନ୍ତ ଠିକା ସୁରକ୍ଷା କର୍ମୀ(ଆଇ.ଏସ.ଏ.ଏସ)ଙ୍କୁ ଖବର ଦେଇଥିଲେ।ଖବର ପାଇ ସଙ୍ଗେ ସଙ୍ଗେ (ଆଇ.ଏସ.ଏ.ଏସ)ଦଳର ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣା ସ୍ଥଳ ଅଞ୍ଚଳ ଛାନଭିନ କରିଥିଲେ।ଖୋଜା ଖୋଜି କରିବା ପରେ ନମିଳିବାରୁ ପାଖରେ ଥିବା ଖୋଲା ଗ୍ୟାରେଜ (ଜି-୧୬୩)ରେ କାର୍ ଭିତରେ ଲୁଚିରହିଥିଲେ। ସଙ୍ଗେ ସଙ୍ଗେ ଉକ୍ତ ଗ୍ୟାରେଜ ର ସଟରକୁ ବନ୍ଦ କରି ତୁରନ୍ତ ପୋଲିସ ନିକଟକୁ ଖବର ଦେଇଥିଲେ।ଖବର ପାଇ ନାଲକୋ ନାଲକୋ ପୋଲିସ, ନାଲକୋ ର ବୁଲେଟପୃପ ପୋଷାକ ବନ୍ଧୁକ ଧାରୀ ସି.ଆଇ.ଏସ୍.ଏଫ ଯବାନ ଘଟଣା ସ୍ଥଳରେ ପହଞ୍ଚି କାର୍ ଭିତରୁ ଉଭୟଙ୍କୁ କାବୁ କରିଥିଲେ।ଉଭୟ ଛତିଶଗଡ଼,ରାୟଗଡ ଅଞ୍ଚଳରୁ ରବିବାର ଠାରୁ ଫାଟକ ନମ୍ବର ୩ରେ ପ୍ରବେଶ କରି ନାଲକୋ ପରିସର ରେ ଲୁଚି ରହି ଡକାୟତି ଉଦ୍ୟମ କରିଥିଲେ। ପୋଲିସ ତଦନ୍ତ କଲା ପରେ ତାଙ୍କ ପାଖରୁ ୨ଟି ଲେଖା ଥିବା ନକଲି ନମ୍ବର ପ୍ଲେଟ CG13V 8872 ,ଫୁଟେ ଲମ୍ବର ୨ଟି କବାଟ ତଡା ଲୁହା ଯନ୍ତ୍ର,୨ଟି ସ୍କୃ ଡ୍ରାଇଭର ,ରେଞ୍ଚି ,୨ଟି ମୋତି ମାଳ,ଗୋଟିଏ କ୍ୟାମେରା ଓ ଗୋଟିଏ କ୍ୟାମେରା ଲେନ୍ସେ,୩ଟି ମୋବାଇଲ ଫୋନ,୫ହଳ ରୁପା ପାଉଁଜି,୨ଟି ରୁପା ଫରୁଆ,ରୁପାରେ ତିଆରି ବେଲ ପତ୍ର, ବିଭିନ୍ନ ଆକୃତିର ୪୫୦ଉର୍ଦ୍ଧ ରୂପ କଏନ ଆନୁମାନିକ ସମୁଦାୟ ୩ .୫୦ କେଜି ଓଜନ ର ରୁପା ସାମଗ୍ରୀ, ଦାମୀ ହାତ ଘଡି,୭ହଳ ସୁନା କାନ ଫୁଲ ପାଖା ପାଖି ୫୫ଗ୍ରାମ ର ସୁନା ସାମଗ୍ରୀ, ଗୋଟିଏ ହୋଣ୍ଡା କାର୍ ,ନଗଦ ୧୩ହଜାର ଟଙ୍କା,ଜବତ କରାଯାଇଛି । ଚୋରୀ କାର ଏକ କାର ନମ୍ବର ( OD15E7951)ରେ ଆସି ନାଲକୋ କଲୋନୀ ମଧ୍ୟରେ ଥିବା ଏକ ଗ୍ୟାରେଜ ରେ ଲୁଚି ରହି ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିଲେ । ନାଲକୋ କଲୋନୀ ସୁରକ୍ଷା ଦାଇତ୍ୱ ରେ ଥିବା ସୁରକ୍ଷା କର୍ମୀ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ଉଭୟଙ୍କୁ ନାଲକୋ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବୋଲି ସୂଚନା ମିଳିଥିବା ବେଳେ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି ।ଗୋଟିଏ କାର୍ ଜବତ କରି ପୋଲିସ କୁ ହସ୍ତାନ୍ତର କରିଛି। ଛତିଶଗଡ଼ ରାଜ୍ୟର ରାୟଗଡ ଅଞ୍ଚଳରୁଆସି ଟିଟିଲାଗଡ଼ ଅଞ୍ଚଳର ଗୋଟିଏ ସୁନା ଦୋକାନ ରୁ ରୁପା ଅଳଙ୍କାର ଚୋରୀ କରିବା ବେଳେ ଗତବର୍ଷ ୮୦ଲକ୍ଷ ଟଙ୍କାର ଗହଣା ଲୁଟିଥିଲେ,ରବିବାର ଦିନ ନାଲକୋ କୋଲୋନୀ ପରିସର ରେ ଥିବା ଡାକ୍ତରଙ୍କ ଘରୁ ନଗଦ୨୦ହଜାର ଟଙ୍କା ଓ ସୁନା କାନଫୁଲ ଚୋରୀ କରିଥିବା ପ୍ରକାଶ କରିଛି।ଦୁଇ ଅଭିଯୁକ୍ତ ମହମଦ ସାକିରି (୩୦),ସୋନମ ଖାଁ(୨୨)କୁ ପୋଲିସ କେଶ ନମ୍ବ୨୪/୧୯ -୪୫୭/୩୮୦ ଆଇପିସି ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ବୋଲି ନାଲକୋ ଥାନା ଅଧିକାରୀଣି ଗୀତାଞ୍ଜଳି ସାହୁ, ଏସ୍. ଆଇ ସଂଘମିତ୍ରା ଶତପଥୀ,ଏ ଏସ୍ ଆଇ ସରଜିନି ବାଗ ସୂଚନା ଦେଇଛନ୍ତି। Share on FacebookTweetFollow usSave Post Views: 202
Odisha ଚାଷୀଙ୍କ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….ହକ୍ ପାଇଁ ହେବ ଲଢେଇ…. NTP Bureau Report 07/01/2019 0 ଏନଟିପି:(ଭୁବନେଶ୍ୱର)ଚାଷୀ ସମାବେଶ ରେ ଯୋଗଦେବା ପାଇଁ ସୋମବାର ପୂର୍ବାହ୍ନରେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମ୍ ଠାରେବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ […]
Odisha ବାଲିଗୁଡା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କଲେ ସମାଜସେବୀ NTP Bureau Report 18/04/2020 0 କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । […]
Odisha କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର. NTP Bureau Report 09/04/2020 0 କନ୍ଧମାଳ.(ଏନଟିପି) କରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। […]