ମତଦାନ କେନ୍ଦ୍ର ରେ ସୁବିଧା କୁ ନେଇ ବୈଠକ

ଅନୁଗୋଳ

ଅନୁଗୁଳ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୧୧୬୩ ଟି ମତଦାନ କେନ୍ଦ୍ର ରେ ସର୍ବନିମ୍ନ ଆନୁସଙ୍ଗିକ ସୁବିଧା କୁ ନିଶ୍ଚିତ କରିବାକୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।ଆସନ୍ତା ନିର୍ବାଚନ କାର୍ଯ୍ୟ ପରିଚାଳନା ରେ ମହିଳା ମାନଙ୍କ ଅଂଶଗ୍ରହଣ କୁ ଦୃଷ୍ଟି ରେ ରଖି ପ୍ରତି ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ଲେଖାଏଁ ସଖୀ ପୋଲିଂ ବୁଥ ପରିଚାଳିତ ହେବ ଯେଉଁଥିରେ ଜଣେ ମହିଳା ପ୍ରିଜାଇଡିଂ ଅଫିସର, ପାଞ୍ଚ ଜଣ ମହିଳା ପୋଲିଂ ଅଫିସର ଓ ଜଣେ ମହିଳା ସୁରକ୍ଷା କର୍ମୀ ରହିବେ।ଭିନ୍ନକ୍ଷମ ଓ ବୟସ୍କ ମାନଙ୍କୁ ମତଦାନରେ ସହାୟତା କରିବା ପାଇଁ ବିଭିନ୍ନ ବିଦ୍ୟାଳୟର ୧୮ ବର୍ଷ ରୁ କମ ଓ ୧୪ ବର୍ଷ ରୁ ଅଧିକ ବୟସର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ ଗାଇଡ଼ ଓ ରେଡ଼କ୍ରୋସ ର ଛାତ୍ର ମାନଙ୍କୁ ନିୟୋଜିତ କରାଯିବ।ପ୍ରତି ବୁଥ ରେ ଦୁଇ ଜଣ ଲେଖାଏଁ ଛାତ୍ର ବ୍ଲକ ସ୍ତରରେ ତାଲିମ ନେଇ ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚେୟାର ରେ ବୁଥ କୁ ନେବା ଆଣିବା କରିବା ସହ ବୟସ୍କ ବ୍ୟକ୍ତି ମାନଙ୍କୁ ଧାଡିରେ ଛିଡା କରାଇବାରେ ସହାୟତା କରିବେ।ଭୋଟ ଦେବାକୁ ଆସୁଥିବା ସମସ୍ତ ଭିନ୍ନକ୍ଷମ ମତଦାତା ମାନଙ୍କୁ ଘରୁ ମାଗଣାରେ ଗାଡି ଦ୍ୱାରା ନେବା ଆଣିବା ବ୍ୟବସ୍ଥା କରାଯିବ।ଏହି ବୈଠକରେ ବୁଥ ଗୁଡିକରେ ବିଦ୍ୟୁତ ସଂଯୋଗ,ପାନୀୟ ଜଳ ଏବଂ ଶୌଚାଳୟ ଆଦି ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ହୋଇଥିଲା।ସୁବିଧା ର ଅଭାବ ଥିବା କେନ୍ଦ୍ର ରେ ତୁରନ୍ତ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଚଳିତ ମାସ ୧୫ ତାରିଖରେ ବିଭାଗୀୟ ଅଧିକାରୀ ମାନେ ସମସ୍ତ ବୁଥ ରେ ଆନୁସଙ୍ଗିକ ସୁବିଧା ଉପଲବ୍ଧ ବିଷୟରେ ଜିଲ୍ଲାପାଳ ଙ୍କୁ ନିଶ୍ଚିତ କରାଇବେ।

Follow by Email
WhatsApp