ନିର୍ମାଣ ଶ୍ରମିକ ସେବା ସପ୍ତାହରେ ଯୋଗଦେଲେ ବିଧାୟକ

ଅନୁଗୋଳ(ଏନ ଟି ପି):

ଅନୁଗୋଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତାଳଚେର ଦ୍ୱାରା ଆୟୋଜିତ “ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଉପସ୍ଥିତ ରହିଥିଲେ।ମୁଖ୍ୟ ଅତିଥି ପ୍ରାୟ ୪ ଶହ ଶ୍ରମିକ ଙ୍କୁ ୨ କୋଟି ୧୭ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ସହ ନୂତନ ଗୃହ ନିର୍ମାଣ କରିବାକୁ ଅର୍ଥ ରାଶି ପ୍ରଦାନ କରିଥିଲେ।ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଶ୍ରମିକ ମାନଙ୍କ ସୁରକ୍ଷା ଆମ ସରକାରଙ୍କର ପ୍ରଥମ ପ୍ରାଥମିକତା।ଶ୍ରମିକ ମାନେ କିଭଳି ସଶକ୍ତ ହେବେ ସେ ଦିଗରେ ସରକାର ଯତ୍ନବାନ ଅଛନ୍ତି।ରାଜ୍ୟସରକାରଙ୍କ ବିଭିନ ଲୋକାଭିମୁଖୀ ଯୋଜନା ଗୁଡିକ କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି।

Follow by Email
WhatsApp