ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା ଭାରତ Posted on 15/02/201915/02/2019 by NTP Bureau Report ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। ଭାରତ ଏବେ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଯେତେବେଳେ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶ ମନ୍ତ୍ରାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ ବୋଲି ଅରୁଣ ଜେଟ୍ଲୀ କହିଛନ୍ତି।ସେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାବିଦାର ଲୋକମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଏଥିଲାଗି ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଭାରତ କେବେ ବି ଏଭଳି ଘଟଣାକୁ ବରଦାସ୍ତ କରିବ ନାହିଁ । Share on FacebookTweetFollow usSave Post Views: 167
Odisha କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ NTP Bureau Report 19/06/2021 0 ଭୁବନେଶ୍ୱର(ଏନଟିପି): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର।କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି […]
Odisha ଅନୁଗୋଳରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ… NTP Bureau Report 24/01/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଜାତୀୟ ଶିଶୁ କନ୍ୟା ଦିବସ ଓ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି।ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଶିଶୁ ବିକାଶ ଏବଂ ମିଶନ ଶକ୍ତି […]
Odisha ମହିଳାଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ଯା!! NTP Bureau Report 02/04/2019 0 ଗଂଜାମ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ଠାରେ ମହିଳାଙ୍କୁ ହତ୍ୟା, ଗତ ରାତିରେ ଘରେ ଏକା ଥିବାବେଳେ ଏକାଧିକ ବ୍ଯକ୍ତି ପଶି ହତ୍ଯା କରିଥିବା ସନ୍ଦେହ। ପୋଲିସ୍ ଓ ସାଇନଟିଫିକ ଟିମ୍ ପକ୍ଷରୁ ତନାଘନା […]