କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର(ଏନଟିପି):

ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର।କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ। ତାଙ୍କ ବିୟୋଗରେ ସାରା ଓଡ଼ିଶାବାସୀଙ୍କ ସମେତ ସମଗ୍ର କଳା ଜଗତ ଓ ବିଭିନ ମହଲରେ ଶୋକ ଖେଳି ଗଲାଣି।ଆଧୁନିକ ଓଡ଼ିଆ ସଂଗୀତରେ ତପୁ ମିଶ୍ରଙ୍କ ଏକ ସ୍ୱତନ୍ତ୍ର ପରିଚୟ ଥିଲା। କୋଭିଡ ପରବର୍ତୀ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିକିଶ୍ଚିତ ହେଉଥିଲେ ।ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ।ବହୁ ଓଡ଼ିଆ ଚଳଚିତ୍ରରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର।ଆଇ ଲଭୟୁ,ଚକଲେଟଭଳି ସୁପରହିଟ ଚଳଚ୍ଚିତ୍ରରେ ସେ କଣ୍ଠ ଦାନ କରିଛନ୍ତି

Follow by Email
WhatsApp