ଅନୁଗୋଳରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ… Posted on 24/01/201924/01/2019 by NTP Bureau Report ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଜାତୀୟ ଶିଶୁ କନ୍ୟା ଦିବସ ଓ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି।ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଓଡିଶା ସରକାର ପକ୍ଷରୁ ଏହା ଆୟୋଜ ଅ କରାଯାଇଛି।। ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏହି ମହୋତ୍ସବ ରେ ସଭାପତିତ୍ୱ କରିଥିଲେ। ଶିଶୁ କନ୍ୟା ଦେଶର ଅମୂଲ୍ୟ ସମ୍ପତ୍ତି । ସେମାନଙ୍କ ନିରାପତ୍ତା, ସୁରକ୍ଷା ଓ ଅଧିକାର ପାଇଁ ସବୁ ସ୍ତରରେ ଉଦ୍ୟମ ଲୋଡ଼ା ବୋଲି ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅନୀଲ କୁମାର ସାମଲ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଚିକିସ୍ଚାଧିକାରୀ ଅମେରେନ୍ଦ୍ର ମହାନ୍ତି ଯୋଗ ଦେଇ କନ୍ୟା ଶିଶୁଙ୍କର ପ୍ରତିଭା କେଉଁ ଗୁଣରୁ କମ୍ ନୁହେଁ ବୋଲି କହିିଥିଲେ,ସେହିପରି ଜିଲ୍ଲା ଅାରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇ ଝିଅ ନାହିଁ ତ ସଂସାର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ୧୫ ଜଣ ପ୍ରତିଭାବାନ କନ୍ୟାରତ୍ନ ମାନଙ୍କୁ ଅତିଥିମାନେ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ ।କାର୍ଯ୍ୟକ୍ରମରେ ୨୫୦ ଜଣ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ,ଅବିଭାବକ ଯୋଗଦେଇଥିଲେ ।ଏହି ମହୋସ୍ଚବରେ ଛାତ୍ରୀ ମାନଙ୍କୁ ନେଇ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲେ । Share on FacebookTweetFollow usSave Post Views: 269
Odisha Reliance Jewels opened showroom at angul NTP Bureau Report 27/04/2019 0 Angul(NTP) Indias most trusted jewellery brands Reliance Jewels opened showroom at angul.Showroom spread over 3200 square feet showcases gold and diamond jewellry.Unveils Apurvam Temple Jewellery […]
Odisha ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ଚଳିତ ବର୍ଷର ପାସ୍ ହାର ୭୨. ୩୩ ପ୍ରତିଶତ ।ବାଲେଶ୍ୱର ସର୍ବାଧିକ,ଗଜପତି ସର୍ବନିମ୍ନ NTP Bureau Report 03/06/2019 0 ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷର ପାସ୍ ହାର ରହିଛି ୭୨. ୩୩ ପ୍ରତିଶତ । ମୋଟ୍ ୭୦ ହଜାର ୭୦୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି […]
NATIONAL Business Odisha Tata Trusts chairman Ratan Tata Donates Rs 500 crore fight COVID-19 NTP Bureau Report 28/03/2020 0 BUREAU REPORT(NEWS TIME PRO) 28TH MARCH2020 The COVID 19 crisis is one of the toughest challenges we will face as a race. The Tata Trusts […]