ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବ ବୋଲି ଧମକାଇ ବାରମ୍ବାର ଦୁଷ୍କର୍ମ କରୁଥିଲା ଘରମାଲିକ, ଥାନାରେ ଏତଲା ଦେଲେ ପୀଡ଼ିତା Posted on 15/02/201915/02/2019 by NTP Bureau Report ଲକ୍ଷ୍ନୌ: ଅଶ୍ଳୀଳ ଫଟୋ ଦେଖାଇ ଘରମାଲିକ ଜଣେ ଯୁବତୀ ଏକାଧିକବାର ଦୁଷ୍କର୍ମ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସର ସୂଚନା ଅନୁଯାୟୀ ସରୋଜିନୀ ନଗରରେ ଜଣେ ଯୁବତୀ ଘରଭଡ଼ା ନେଇ ଚାକିରି ଖୋଜୁଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଘରମାଲିକ ତାଙ୍କୁ ଦୁଇ ଜଣ ଯୁବତୀଙ୍କ ସହିତ ରହିବାକୁ ଘର ଦେଲେ।ଯୁବତୀମାନଙ୍କର ସ୍ନାନ କରିବାବେଳେ ଘର ମାଲିକ ପ୍ରଦୀପ ସିଂହ ଡାଲିୟା ସେମାନଙ୍କର ଅଶ୍ଳୀଳ ଫଟୋ ଉଠାଇ ପୀଡ଼ିତାଙ୍କ ଫୋନ୍କୁ ପଠାଇଥିଲେ। ଏହାପରେ ପ୍ରଦୀପ ସେହି ଫଟୋକୁ ସୋସିଆଲ ମିଡିଆରେ ଅପ୍ଲୋଡ କରିବାର ଧମକ ଦେଇ ପୀଡିତାଙ୍କ ସହିତ ବହୁବାର ଦୁଷ୍କର୍ମ କରିଥିଲେ।ସେହି ସମୟରେ ପ୍ରଦୀପ ତାଙ୍କୁ ଜବରଦସ୍ତି ବାହାହେବାକୁ ବି ପ୍ରସ୍ତାବ ଦେଇଥିଲୋ। ପୀଡ଼ିତା ଭୟରେ ବାହା ହେବାକୁ ରାଜି ହୋଇଥିଲେ। ବାହାଘର ଆଳରେ ଅଭିଯୁକ୍ତ ପ୍ରଦୀପ ପୀଡିତାଙ୍କ ଘର ଲୋକଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲା। ଏହାପରେ କ୍ଷୁବ୍ଧ ହୋଇ ପୀଡିତା ପ୍ରଦୀପଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲେ। ପୁଲିସ ପ୍ରଦୀପକୁ ଗିରଫ କରିବା ସହିତ ତା’ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛିି। Share on FacebookTweetFollow usSave Post Views: 192
Odisha ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର NTP Bureau Report 21/01/2019 0 କିଶୋରନଗର (ଏନଟିପି) ଅନୁଗୋଳ ଜିଲ୍ଲା କିଶୋରନଗର ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଅନିଲ ସାମଲ ଉପସ୍ଥିତ ରହି ଶୁଣାଣି କରିବା ସହ ବିଭିନ୍ନ […]
Odisha Political Tadka ଅନୁଗୋଳ ନାଲକୋନଗରରେ ଭାରତରତ୍ନ ଡା.ଆମ୍ବେଦକରଙ୍କ ନବିକୃତ ଧାତୁ ପ୍ରତିମୂର୍ତ୍ତି ଅନାବରଣ NTP Bureau Report 25/06/2023 0 ଆମ୍ବେଦକରଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପଥ ପ୍ରଦର୍ଶକ – ଧର୍ମେନ୍ଦ୍ର ପ୍ରଧାନ • ରାଜ୍ୟରେ କିଛି ସ୍ଥାନରେ ପ୍ରଶାସନ ତରଫରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଜଣାଯିବା ନିନ୍ଦନୀୟ• ଲୋକତନ୍ତ୍ରରେ ଲୋକମାନଙ୍କ ନିଷ୍ପତି ଓ ସମ୍ବିଧାନର […]
Odisha Be In Sync with Changing, New Technologies to Bring Efficiency, Transparency in Work :CM NAVEEN PATTNAIK Smrutilipi 03/08/2022 0 BHUBANESWAR(NEWS TIME PRO): As many as 106 Junior Engineers (Mechanical) joined today the Water Resources Department. All of them have been recruited through State staff […]