ଫୁଲୱାମାରେ ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ଯାତ୍ରା

ଢେ଼ଙ୍କାନାଳ(ଏନଟିପି):

ଫୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୨ ଜଣ ଯବାନଙ୍କ ମୃତ୍ୟୁ ପରେ ରାଜ୍ୟ ତଥା ଦେଶ ସାରା ପାଳୁଛି ଶୋକ।ସହିଦ ଯବାନ ମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ଯାତ୍ରା।ଢେଙ୍କାନାଳ ଜିଲ୍ଲା ର ଆମେଚର ତାଇକୋଣ୍ଡୋ ଆସୋସିଏସନ ର ଛାତ୍ର ଛାତ୍ରୀ ମାନେ ମମତା ମଣ୍ଡପ ଠାରୁ ବସଷ୍ଟାଣ୍ଡ ର ସହିଦ ସ୍ମୃତି ସ୍ତମ୍ଭ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯାଇ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ। ଆମେଚର ତାଇକୋଣ୍ଡୋ ଆସୋସିଏସନ ର ସମ୍ପାଦକ ଇଂ. ସୌମ୍ୟବ୍ରତ ସାହୁ ଙ୍କ ସମେତ ଅଭିଭାବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Follow by Email
WhatsApp