ମହିଳାଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ଯା!!

ଗଂଜାମ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ଠାରେ ମହିଳାଙ୍କୁ ହତ୍ୟା, ଗତ ରାତିରେ ଘରେ ଏକା ଥିବାବେଳେ ଏକାଧିକ ବ୍ଯକ୍ତି ପଶି ହତ୍ଯା କରିଥିବା ସନ୍ଦେହ। ପୋଲିସ୍ ଓ ସାଇନଟିଫିକ ଟିମ୍ ପକ୍ଷରୁ ତନାଘନା ଜାରି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ମହିଳାଙ୍କୁ କାହିଁକି କିଏ ହତ୍ଯା କଲା ଏବଂ ଦୁଷ୍କର୍ମ ପରେ ହତ୍ଯା କରାଯାଇଛି କି ଏସବୁ ଦିଗକୁ ନେଇ ପୋଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ନାମ ବିଜୟ ଲକ୍ଷ୍ମୀ ନାୟକ ତାଙ୍କ ସ୍ବାମୀ ବିଶ୍ବନାଥ ନାୟକ ଯିଏକି ବିଦେଶରେ ରହି କାର୍ଯ୍ୟକରୁଥିବା ବେଳେ ତାଙ୍କର ଦଶମ ଶ୍ରେଣୀର ଝିଅ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ଗତକାଲି ସମ୍ପର୍କୀୟଙ୍କ ଘର ବେଲପଡ଼ା କୁ ଯାତ୍ରା ଦେଖିବାକୁ ଯାଇ ସେଠାରେ ରହି ଯାଇଥିଲେ।
Follow by Email
WhatsApp