ହକି ବିଶ୍ୱକପରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ :ଧର୍ମେନ୍ଦ୍ର Posted on 12/02/201912/02/2019 by NTP Bureau Report ଭୁବନେଶ୍ୱର(ଏନଟିପି) ରାଜ୍ୟରେ ଆୟୋଜିତ ହୋଇଥିବା ହକି ବିଶ୍ୱକପରେ ହୋଇଛି ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ହକି ବିଶ୍ୱକପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ରାଜ୍ୟରେ ଆୟୋଜିତ ହୋଇଥିବା ହକି ବିଶ୍ୱକପରେ କମନ ୱେଲ୍ଥ ଗେମ୍ ଭଳି ଦୁର୍ନୀତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହକି ବିଶ୍ୱକପରେ ଓଡିଶା ସରକାରଙ୍କ ପାଖରେ ସଲମାନ ଖାନ୍ ଏବଂ ଶାହରୁଖ ଖାନ୍ଙ୍କୁ ଆଣି ନଚେଇବା ପାଇଁ ଟଙ୍କା ଅଛି, ହେଲେ ରାଜ୍ୟର ଶିକ୍ଷକଙ୍କୁ ଦରମା ଦେବାକୁ ସରକାରଙ୍କର ପଇସା ନାହିଁ ା ହକି ପାଇଁ ଅନେକ ଟଙ୍କା କମ୍ପାନୀମାନଙ୍କଠାରୁ ଅଣଓଡିଆ ଅଫିସରମାନେ ବିଶେଷତଃ ଖେଳ ବିଭାଗ ତରଫରୁ ଆଦାୟ କରାଯାଇଛି ା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛନ୍ତି ା ସିଏଜି ଏଥିରେ ହସ୍ତକ୍ଷେପ କରିବା ସହ ଏହି ଚୋରିକୁ ଲୋକଲୋଚନକୁ ଆଣିବାକୁ ଧର୍ମେନ୍ଦ୍ର ଆଶାବ୍ୟକ୍ତ କରୁଥିବା କହିଛନ୍ତି ା ଏହାସହ ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟରେ ବହୁ ସାମ୍ବିଧାନିକ ପଦବୀ ଖାଲି ରହିଛି ା ରାଜ୍ୟ ସରକାର ଏ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ । Share on FacebookTweetFollow usSave Post Views: 290
Odisha Political Tadka ହଟିବେ ପ୍ରତ୍ୟୁଷା କନ୍ଧମାଳରୁ ଲୋକସଭା ପାଇଁ ଇତି ସାମନ୍ତ,ରଣପୁରରୁ ଅରୁଣ ଙ୍କୁ ନେଇ ଚର୍ଚ୍ଚା NTP Bureau Report 12/03/2019 0 ବ୍ୟୁରୋ (ଏନଟିପି): ସାଧାରଣ ନିର୍ବାଚନକୁ ନେଇ ବିଗୁଲ ମଧ୍ୟ ବାଜିସାରିଲାଣି।କେବେ ନିର୍ବାଚନ ହେବ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ।କିନ୍ତୁ ଏବେ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା।କିଏ […]
Political Tadka କଣ୍ଟାବାଞ୍ଜିରେ ବିଜେପି ଓବିସି ମହାସମ୍ମିଳନୀରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର NTP Bureau Report 14/02/2019 0 ବଲାଙ୍ଗୀର (ଏନଟିପି): ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ଆୟୋଜିତ ବିଜେପି ‘ଓବିସି ମହାସମ୍ମିଳନୀରେ’ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷି ପ୍ରଧାନ ଅଂଚଳ ବଲାଙ୍ଗୀର ଜିଲ୍ଲାରେ ପାନୀୟ ଜଳ ସମସ୍ୟା ସମସ୍ୟା, ଚାଷୀଙ୍କ […]
Political Tadka ନିରୀହ ଲୋକଙ୍କ ଉପରେ ମିଥ୍ୟା ମାମଲାକୁ କଂଗ୍ରେସର ବିରୋଧ NTP Bureau Report 25/01/2019 0 ଅନୁଗୋଳ (ଏନ ଟି ପି): ସାତକୋଶିଆରେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ଯେଉଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ନେଇ ପୋଲିସ ପକ୍ଷରୁ ଯେପରି ଭାବେ ନିରୀହ ଅଧିବାସୀ ଙ୍କ ନମାରେ […]