କଣ୍ଟାବାଞ୍ଜିରେ ବିଜେପି ଓବିସି ମହାସମ୍ମିଳନୀରେ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର Posted on 14/02/201914/02/2019 by NTP Bureau Report ବଲାଙ୍ଗୀର (ଏନଟିପି): ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ଆୟୋଜିତ ବିଜେପି ‘ଓବିସି ମହାସମ୍ମିଳନୀରେ’ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୃଷି ପ୍ରଧାନ ଅଂଚଳ ବଲାଙ୍ଗୀର ଜିଲ୍ଲାରେ ପାନୀୟ ଜଳ ସମସ୍ୟା ସମସ୍ୟା, ଚାଷୀଙ୍କ ଅସୁବିଧା, ବେରୋଜଗାରୀ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନା ମଧ୍ୟ କଲେ ଶ୍ରୀ ପ୍ରଧାନ।ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କୃଷକମାନଙ୍କର ଆୟକୁ ବଢାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୧୫୫୦ରୁ ୧୭୫୦ ଟଙ୍କା ବୃଦ୍ଧି କଲେ । କିନ୍ତୁ ଏହି ଅଂଚଳରେ ଧାନ ଏମଏସପି ଠାରୁ କମ୍ ମୂଲ୍ୟରେ ବିକ୍ରି ହେଉଛି । ଜିଲ୍ଲାରେ ଅଧାରୁ ଅଧିକ ଅଂଚଳରେ ଡାକ୍ତର ନାହାନ୍ତି । କାମର ସୁଯୋଗ ନପାଇ ଯୁବକମାନେ ବାହାରକୁ କାମ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସରକାର ୧୯ ବର୍ଷରେ ରୋଜଗାର ଦେଇପାରେ ନାହିଁ, ସେ କହେ ଆପଣ ଖୁସି ତ । ଏ ଅଂଚଳରେ ବିନା ପିସିରେ କୌଣସି ସରକାରୀ କାମ ହେଉ ନାହିଁ । ଓବିସି କମିଶନ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ କଲେ । ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଲା ପରେ ଏସସି ଏସସଟି ବର୍ଗଙ୍କ ପରି ଓବିସି ବର୍ଗର ଲୋକମାନଙ୍କୁ ମଧ୍ୟ ୨୭ ପ୍ରତିଶତ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣରେ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କଲେ । ରାଜ୍ୟସରକାରଙ୍କୁ ଟାର୍ଗେଟ : ଓବିସି ବର୍ଗର ପିଲାମାନଙ୍କୁ ପାଠ ପଢିବା ପାଇଁ ଓଡିଶା ସରକାର ରାଜ୍ୟର ଶିକ୍ଷାନୁଷ୍ଠାନରେ ଅନୁପାତିକ ଭାବେ ଆରକ୍ଷଣ ଦେଉନାହାନ୍ତି। ଆଜି ଓବିସି ପିଲାମାନେ ପାଠପଢା ଓ ଚାକିରିରେ ସଂରକ୍ଷଣ ପାଉନାହାନ୍ତି । ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର, ଗରିବ, ମହିଳା, ଆଦିବାସୀ, ପଛୁଆ ବର୍ଗର ଲୋକ ମାନଙ୍କ ପାଇଁ ସମର୍ପିତ ।ଓଡିଶାରେ ରାଜ୍ୟ ସରକାରଙ୍କ ପ୍ରଦତ ସୂଚନା ଅନୁସାରେ ୩୦ ଲକ୍ଷ ଲୋକଙ୍କ ଘର ନାହିଁ । ୨୦୦୯ ରୁ ୧୪ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସରକାର ୨୫ ଲକ୍ଷ ୫୭ ହଜାର ଘର ବନେଇଥିଲେ । ମାତ୍ର ୧୪ ରୁ ୧୯ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ବନେଇଛନ୍ତି ।୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ସ୍ଥାୟୀ ପଟ୍ଟା, ପକ୍କା ଘର ବନିବ, ଓଡିଶାରେ ଜଣେ ମଧ୍ୟ ଏମିତି ରହିବ ନାହିଁ, ଯାହା ପାଖରେ ନିଜ ସ୍ଥାୟୀ ପଟ୍ଟା,ଓ ପକ୍କା ଘର ନଥିବ । ଜନସାଧାରଣଙ୍କ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ଓଡିଶା ସରକାରଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆହ୍ୱାନ କରିଛନ୍ତି। Share on FacebookTweetFollow usSave Post Views: 270
Odisha Political Tadka ଚାଷୀ ଙ୍କ ସମସ୍ୟା କୁ ନେଇ ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ଟିମ Smrutilipi 21/12/2022 0 ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା(ଚାଷୀ ଙ୍କ ଦାବୀ ପ୍ରତି ଦୃଷ୍ଟି ନଦେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ -ଡିଲେଶ୍ୱର ପ୍ରଧାନ )ଅନୁଗୁଳ :ତା 21/12:ରାଜ୍ୟ ସରକାର ଙ୍କ […]
Political Tadka ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ନବୀନଙ୍କୁ ଆଉ ଟାର୍ଗେଟ କରୁନାହାନ୍ତି ମୋଦି …… NTP Bureau Report 15/01/2019 0 ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ପୂର୍ବପରି ଆଉ ଶୁଭୁନି ପ୍ରଧାନମନ୍ତ୍ରୀଙ୍କ ଶାଣିତ ସ୍ୱର । ଯାହା ଜନତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ମାତ୍ର ଏକ ମାସ […]
Odisha Political Tadka ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୩ ନେଇ ସମୀକ୍ଷାଯୁବ ଭୋଟରଙ୍କୁ ତାଲିକାରେ ସଂଯୋଗ ନେଇ ପ୍ରାଧାନ୍ୟ Smrutilipi 21/12/2022 0 ଅନୁଗୋଳ,୨୧।୧୨: ଅନୁଗୋଳ ଜିଲା ପାଇଁ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ପରିଷଦ ଓଡ଼ିଶାର ଅତିରିକ୍ତ ସଚିବ ସରୋଜ କୁମାର ସାହୁ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଗ୍ରସ୍ତ […]