ଗଣଦୁଷ୍କର୍ମ ପିଡୀତାଙ୍କ ପରିବାରକୁ ଭେଟି ଫେରିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଗଲା ଧମକ…..

ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର:

ବାରିପଦାଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ଦୁଷ୍କର୍ମ ପିଡିତା ଙ୍କ ପରିବାରକୁ ନ୍ୟାୟ ପାଇଁ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ।ତାପରେ ମୋଦି ଗଲେ ପିପିଲି ବିଧାୟକ ମହାରଥୀଙ୍କ ମନ୍ତ୍ରୀପଦ ଗଲା।ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରି  ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି। ଏହାସହିତ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ନିମନ୍ତେ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।

ଧର୍ମେନ୍ଦ୍ରଙ୍କୁ କାହିଁକୁ ଦିଆଗଲା ଧମକ ? 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୀଡ଼ିତା ପରିବାର (ବାବୁଲି ବେହେରା )କୁ ଭେଟି ଫେରୁଥିବାବେଳେ ଦୟା ନଦୀ କୂଳରେ ଶାସକ ଦଳର କର୍ମୀମାନେ ଖୋଲାଖୋଲି ଭାବେ ପୁଲିସ ଆଗରେ ତାଙ୍କୁ ବି ଖୋଲା ଧମକ ଦେବାକୁ ପଛାଇ ନାହାନ୍ତି। ଆମେ ପୁଣି କ୍ଷମତାକୁ ଫେରିବୁ ଓ କେତେଦିନ ପର୍ଯ୍ୟନ୍ତ ପୀଡ଼ିତାର ପରିବାରକୁ ସୁରକ୍ଷା ଯୋଗାଇବ ବୋଲି ସେମାନେ ଧମକ ଦେଇଛନ୍ତି। ତାଙ୍କର ପ୍ୟାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ ମଧ୍ୟ ଏକଥା ଶୁଣିଛି । ତାଙ୍କ ସହ ଥିବା ରାଜନୀତିକ ବ୍ୟକ୍ତିମାନେ ବି ଶୁଣିଛନ୍ତି।

ଗଣମାଧ୍ୟମର ଶରଣ ପଶିଲେ ଧର୍ମେନ୍ଦ୍ର :

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣ ମାଧ୍ୟମ ।ଗଣମାଧ୍ୟମ ହିଁ ଲୋକଙ୍କୁ ସୁରକ୍ଷା ଯୋଗାଇପାରିବ।ଧର୍ମେନ୍ଦ୍ରଙ୍କୁ ଧମକ ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ଗଣମାଧ୍ୟମର ଶରଣ ପଶୁଛନ୍ତି ଓ ସୁରକ୍ଷା ଚାହୁଁଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଦଳର ଶକ୍ତିଶାଳୀ ଲୋକମାନେ ପ୍ରଭାବୀ ହେଲାବେଳେ ଗଣମାଧ୍ୟମର ଶରଣକୁ ଯିବାକୁ ପଡ଼େ। ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଗଣମାଧ୍ୟମ ନିଜର ରିପୋର୍ଟ ମାଧ୍ୟମରେ ପ୍ରକାଶ କରନ୍ତୁ।ସେ କହିଛନ୍ତି ଯେ, ଏଠି ଶାସକ ଦଳ ଏବେ ଏତେ ଶକ୍ତିଶାଳୀ ଓ ବଳଶାଳୀ ହୋଇ ଉଠିଛି ଯେ ସେ ନିଜେ ମଧ୍ୟ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଅବଶ୍ୟ ଏ ରାଜ୍ୟର ପୁଲିସ ତାଙ୍କୁ ମାଲକାନଗିରିରେ ସୁରକ୍ଷା ନଦେଇ ଛାଡ଼ି ପଳାଇ ଯାଇଥିଲା। ତେବେ ଆଜି  ସେ ମଧ୍ୟ ଏ ସମ୍ପର୍କରେ ପୁଲିସ ଡିଜିକୁ ଫୋନ୍ କରିଥିଲେ କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନି। ବୋଧହୁଏ ଡିଜି କାର୍ଯ୍ୟ ବ୍ୟସ୍ତରେ ଥିବେ। ପୁଲିସ ଆଇଜି ଓ ଏସପିଙ୍କୁ ଖୋଜୁଛି, ମିଳୁନାହାନ୍ତି। ସେ ଅପେକ୍ଷା କରିଛନ୍ତି ପୁଲିସ ବାବୁମାନେ କେହି ତାଙ୍କ ସହ କଥା ହେବେ।ସୁରକ୍ଷା କର୍ମୀ ମାନେ ଥାଇ ମଧ୍ୟ କିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିଲା ନାହିଁ।ଗଣତନ୍ତ୍ର ରେ ଯଦି କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ନାହିଁ ତାହାଲେ ସାଧାରଣ ଜନତାଙ୍କ ସୁରକ୍ଷା କଥା ଏଥିରୁ ସ୍ପଷ୍ଟ ଜଣାପଡୁଛି।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ କଣ କଲେ ନିବେଦନ :

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ପୁଲିସ ସମ୍ବେଦନଶୀଳ ହେବା ଉଚିତ୍। ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ନିବେଦନ କରୁଛି, ଯେ ରକ୍ଷକ ଭକ୍ଷକ ନହୁଅନ୍ତୁ। ନୈତିକତା ଥିଲେ ମାମଲାର ତଦନ୍ତ ସିବିଆଇକୁ  ଦିଅନ୍ତୁ। ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ। ଶାସକ ଦଳ ଶକ୍ତିଶାଳୀ ହେଉ ,ସେମାନେ ପୁଣି କ୍ଷମତାକୁ ଫେରନ୍ତୁ ଆପତ୍ତି ନାହିଁ, କିନ୍ତୁ ଗୋଟିଏ ଦଳିତ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି। ତାଙ୍କ ଉପସ୍ଥିତିରେ ଶାସକ ଦଳର କର୍ମୀମାନେ କିଭଳି ପୀଡ଼ିତା ପରିବାରକୁ ଧମକଚମକ ଦେଉଛନ୍ତି ସେକଥା ସେ ଆସନ୍ତାକାଲି  ପ୍ରଧାନମନ୍ତ୍ରୀଙ୍କ କାନରେ ପକାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମନ୍ତ୍ରୀ ଇସ୍ତଫା ଦେଇଦେଲେ ପୀଡ଼ିତାକୁ ନ୍ୟାୟ ମିଳିବ ନାହିଁ। ପୀଡ଼ିତାର ପରିବାରକୁ ଧମକଚମକ ଦେବା ବନ୍ଦ ହେଉ,ତୁରନ୍ତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ପ୍ରଧାନ ଦାବି କରିବା ସହ ଗଣମାଧ୍ୟମ ନିକଟରେ ଘଟଣାକୁ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିବେଦନ କରିଛନ୍ତି।

ମହାରଥୀଙ୍କ ମନ୍ତ୍ରୀ ପଦ ଗଲା ପରେ କଣ ସତରେ ପିପିଲି ଗଣ ଦୁଷ୍କର୍ମ ପିଡିଟାକୁ ମିଳିବ ନ୍ୟାୟ ।ନା ଲୋକଙ୍କ ନଜରରୁ ଏହାକୁ ହଟାଇବାକୁ ଏହା କରାଯାଉଛି ପ୍ରୟାସ।ସତରେ କଣ ବେବିନା ର ଆତ୍ମା ଶାନ୍ତି ମିଳିବ।ବେବିନା ଘଟଣା ପାଇଁ ରାଜ୍ୟ ସାରା ଚର୍ଚ୍ଚା ଚାଲିଥିବା ବେଳେ କାହିଁକି ଇତିଶ୍ରୀ ଘଟଣା ଉପର ଖବର।ଇତିଶ୍ରୀ ଘଟଣା ର ତଦନ୍ତ କୁଆଡେ ଗଲା। ଇତିଶ୍ରୀ ପରି ବେବିନା ର ଘଟଣା ଚାପି ହୋଇଯିବନି।ସତରେ କଣ ନ୍ୟାୟ ମିଳିବ ଏ ତମାମ ପ୍ରସଙ୍ଗ ଏକ ବଡ଼ ପ୍ରଶ୍ନବାଚୀ ପାଲଟିଛି।

Follow by Email
WhatsApp