ନିରାପଦ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ

ଅନୁଗୋଳ(ଏନଟିପି)

ଅନୁଗୁଳ ଜିଲ୍ଲାରେ ନିରାପଦ ଓ ଉତମମାନ ର ଖାଦ୍ୟ ଉପଲବ୍ଧି ହେବାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ପୁନର୍ଗଠନ କରାଯାଇଛି।ପୂର୍ବରୁ ଖାଦ୍ୟ ଅପମିଶ୍ରଣ ଆଇନର କାର୍ଯ୍ୟକାରିତା ନିମନ୍ତେ ଗଠିତ ହୋଇଥିବା ଜିଲ୍ଲା ସ୍ତରୀୟ କମିଟି ନିରାପଦ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର କମିଟି ଭାବେ ଆଜି ପୁନର୍ଗଠିତ ହେଲା।ହାଟ, ବଜାର ଓ ବିଭିନ୍ନ ସଂସ୍ଥା ପକ୍ଷରୁ ସାମୁହିକ ଭାବେ ଦିଆଯାଉଥିବା ଖାଦ୍ୟ ର ମାନ ପରୀକ୍ଷା, ନିୟମିତ ଖାଦ୍ୟ ତନଖି, ରାସାୟନିକ ଦ୍ରବ୍ୟ ମିଶ୍ରଣର କଡାକଡି ଯାଞ୍ଚ, ବିଭିନ୍ନ ଛାତ୍ରାବାସ,ଅଙ୍ଗନବାଡି କେନ୍ଦ୍ର ଓ ମଧ୍ୟାହ୍ନ ଖାଦ୍ୟ ର ନିୟମିତ ପରୀକ୍ଷା, ଖାଦ୍ୟ ବ୍ୟବସାୟୀ ମାନଙ୍କର ପଞ୍ଜିକରଣ ଓ ଲାଇସେନ୍ସ ପାଈଁ ଅନଲାଇନ ଆବେଦନ ଓ ଖାଦ୍ୟର ମାନ କୁ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଅନିଲ ସାମଲ ପରାମର୍ଶ ଦେଇଥିଲେ।

Follow by Email
WhatsApp