ହାଇଦ୍ରାବାଦ: ଶୁକ୍ରବାର ପ୍ରତ୍ୟୁଷରେ ମୋବାଇଲ୍ ଫୋନ୍ରେ ଗପିବା ସମୟରେ ସାତ ତାଲା ହଷ୍ଟେଲ୍ କୋଠାର ଟେରାସ୍ରୁ ଗଳି ପଡ଼ି ଉଆଇଆଇଟି- ହାଇଦ୍ରାବାଦର ଜଣେ ଶେଷ ବର୍ଷ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କର ମୃତ୍ୟୁ ଘଟିଛି।୨୨ ବର୍ଷିୟ ଏମ୍ ଅନିରୁଧ୍ୟ ନାମକ ସେ ଛାତ୍ରଜଣକ ତେଲେଙ୍ଗାନାର ହାଇଦ୍ରାବାଦ ଉପକଣ୍ଠସ୍ଥିତ ସାଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ କଣ୍ଡି ଗାଁ’ରେ ଥିବା ଆଇଆଇଟିରେ ମେକାନିକାଲ୍ ଆଣ୍ଡ୍ ଏରୋସ୍ପେସ୍ ଇଞ୍ଜିନିୟରିଙ୍ଗ୍ରେ ୪ର୍ଥ ବାର୍ଷିକରେ ପଢୁଥିଲେ।ସାଙ୍ଗାରେଡ୍ଡୀ (ଗ୍ରାମୀଣ) ପୁଲିସ୍ ସବ୍-ଇନ୍ସ୍ପେକ୍ଟର୍ ଶ୍ରୀକାନ୍ତ କହନ୍ତି: ବନ୍ଧୁଙ୍କ ଠାରୁ ଆସିଥିବା ଫୋନ୍ କଲ୍ ଆଟେଣ୍ଡ୍ କରିବାକୁ ଅନିରୁଧ୍ୟ ରାତି ପ୍ରାୟ ୧୨: ୪୫ରେ ଟେରାସ୍କୁ ଯାଇଥିଲେ ଓ ସେଠୁ ତଳକୁ ଖସି ପଡ଼ିଥିଲେ। କ୍ୟାମ୍ପସ୍ରେ ଲାଗିଥିବା ସିସିଟିଭି କ୍ୟାମେରାରୁ ତାଙ୍କ ପଡ଼ିଯାଇ ଘଟଣାସ୍ଥଳରେ ମରିଯାଇଥିବା ଜଣାପଡ଼ିଛି।ଅନିରୁଧ୍ୟ ନିୟମିତ ଟେରାସ୍ରେ ବସି ପଢୁଥିବା ଓ ଫୋନ୍ କରୁଥିବା କଥା ତାଙ୍କର ବନ୍ଧୁମାନେ କହୁଛନ୍ତି।ବ୍ୟବଚ୍ଛେଦ ପରେ ତାଙ୍କ ଶବ ପରିବାରକୁ ହସ୍ତାନ୍ତର କରାଯାଇଛି।
Related Posts
ରେଲବଜେଟରେ ଓଡିଶାକୁ ମିଳିଲା କେତେ ? ପଢନ୍ତୁ ପୁରା ରିପୋର୍ଟ
- NTP Bureau Report
- 05/02/2020
- 0
ନୂଆଦିଲ୍ଲୀ/ଭୁବନେଶ୍ୱର:(ଏନଟିପି) ରେଳ ବଜେଟରେ ଓଡିଶାକୁ ଅଗ୍ରାଧିକାର । କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଯଥେଷ୍ଟ ପରିମାଣର ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପୂର୍ବତଟ ରେଳ ପଥ ପାଇଁ ମୋଟ ୫ […]
ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
- NTP Bureau Report
- 26/11/2019
- 0
ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]
Union Minister Dharmendra joins Times Health Icon organized by The Times Group
- NTP Bureau Report
- 28/03/2021
- 0
Bhubaneswar(NewsTimePro): Union Minister Steel,Petroleum & Natural Gas Shrଇ Dharmendra Pradhan Joining the Times Health Icon event in Bhubaneswar on behalf of The Times Group’s Timesofindia, […]