ରାଜ୍ୟ ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜାମ୍ମୁ କାଶ୍ମୀର Posted on 05/08/201905/08/2019 by NTP Bureau Report ନୂଆଦିଲ୍ଲୀ,ଅଗଷ୍ଟ ୦୫(ଏନଟିପି): ଆଉ ରାଜ୍ୟ ନୁହଁ କେନ୍ଦ୍ର ଶାସିତ ଅଂଚଳ ହେଲା ଜାମ୍ମୁ କାଶ୍ମୀର ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ ସ୍ୱତନ୍ତ୍ରତା ଦିଆଯାଉଥିଲା ତାହା ଆଜି ଉଚ୍ଛେଦ କରାଯାଇଛି । ଏହା ଫଳରେ ଜାମ୍ମୁକାଶ୍ମୀର ରାଜ୍ୟ ମାନ୍ୟତା ହରାଇଛି । ଦେଶରେ ଜାମ୍ମୁକାଶ୍ମୀରକୁ ବହୁମାତ୍ରାରେ ସୁରକ୍ଷାକର୍ମୀ ପଠାଯିବା ନେଇ ଯାହା ବଡ଼ଧରଣର କିଛି କାର୍ଯ୍ୟ ହେବ ଆଶଙ୍କା କରାଯାଉଥିଲା ତାହା ହୋଇଛି । ଆଜି ରାଜ୍ୟସଭାରେ ବିଲ ଉପସ୍ଥାପନା କରାଯାଇଧାରା ୩୭୦ ଉଚ୍ଛେଦ କରାଯାଇଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଠିଯିବା ପରେ ବର୍ତ୍ତମାନ ତାହା ଏବେ ରାଜ୍ୟ ନୁହେଁ । ବର୍ତ୍ତମାନ ଜାମ୍ମୁକାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି । କିନ୍ତୁ ତାହା ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ରଶାସିତ ଅଞ୍ଚଳ ହେବ । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ ରୋକିବାକୁ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଥିବା ଶାହା କହିଛନ୍ତି । ଅନ୍ୟ କେନ୍ଦ୍ରଶାସିତ ଅଂଚଳ ଭଳି ଜାମ୍ମୁକାଶ୍ମୀରରେ ମଧ୍ୟ ସମାନ ବ୍ୟବସ୍ଥା ରହିବ । ଏହା ସହ ଜାମ୍ମୁକାଶ୍ମୀରର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ ବୋଲି ନିଷ୍ପତି ନିଆଯାଇଛି । Share on FacebookTweetFollow usSave Post Views: 329
Odisha ଛେଣ୍ଡିପଦାରେ ଛୁରାମାଡ ଜଣେ ଗୁରୁତର NTP Bureau Report 11/10/2019 0 ଅନୁଗୋଳ(ଏନଟିପି) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ଘଟିଛି ଏକ ଅଭାବନୀୟ ଘଟଣା।ଭିଣୋଇ ଛୁରା ମାଡରେ ଶଳା ଗୁରୁତର। ଛୁରା ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ହାଟପଦାରେ ରହୁଥିବା ଯାଯାବର ବସ୍ତିରେ ସାମାନ୍ୟ […]
Odisha ୯ମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟିତ NTP Bureau Report 21/08/2022 0 ମାନବବାଦ ହେଉଛି ପ୍ରକୃତ ଶିକ୍ଷା: ପ୍ରଫେସର ଗଣେଶୀ ଲାଲ୍ ଭୁବନେଶ୍ୱର,୨୧ ।୮ : ମାନବବାଦ ହେଉଛି ପ୍ରକୃତ ଶିକ୍ଷା ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହଛନ୍ତି । ଆଜି ୯ମ କିଟ୍ […]
Odisha ନନ୍ଦନକାନନର ହେବ ନବକଳେବର NTP Bureau Report 31/12/2018 0 ଏନ ଟି ପି : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହେବ ନବକଳେବର । ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆନାକୋଣ୍ଡା ଓ ଜିରାଫ । ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଚିଫ […]