କର୍ଣ୍ଣାଟକ ରାଜନୀତିରେ ସଙ୍କଟ, ଇସ୍ତଫା ଦେଲେ କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ

କର୍ଣ୍ଣାଟକ (ଏନ ଟି ପି) :

କର୍ଣ୍ଣାଟକ ରାଜନୀତିରେ ସଙ୍କଟ, ଇସ୍ତଫା ଦେଲେ କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ କର୍ଣ୍ଣାଟକ ରାଜନୀତିରେ ଘନୀଭୂତ ହେଉଛି ସଙ୍କଟ। କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହରାଇବା ଏକରକମ ସ୍ପଷ୍ଟ ହେଲାଣି। ସ୍ଥିତି ଜଟିଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି ଓ ବାଚସ୍ପତି ମଧ୍ୟ ଅନୁପସ୍ଥିତ ଅଛନ୍ତି। କର୍ଣ୍ଣାଟକର ସ୍ଥିତି ସମ୍ଭାଳିବା ପାଇଁ ଦିଲ୍ଲୀରେ କଂଗ୍ରେସର ଜରୁରୀ ବୈଠକ ବସିଥିବା ବେଳେ ଦଳୀୟ ବିଧାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ।
ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଜେଡିଏସର ୩ଜଣ ଓ କଂଗ୍ରେସର ୯ଜଣ ରହିଛନ୍ତି। ସେପଟେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୯ଜଣଙ୍କ ମଧ୍ୟରୁ ମୁମ୍ବାଇର ବାନ୍ଦ୍ରା-କୁର୍ଲା କଂପ୍ଲେକ୍ସର ଏକ ହୋଟେଲରେ ଅବସ୍ଥାନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଡିକେ ଶିବକୁମାର ମଧ୍ୟ ମୁମ୍ବାଇରେ ପହଞ୍ଚିଛନ୍ତି। ରାଜନୈତିକ ସଙ୍କଟ ମଧ୍ୟରେ ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି କଂଗ୍ରେସର କର୍ଣ୍ଣାଟକ ପ୍ରଭାରୀ କେସି ବେଣୁଗୋପାଳ।
ମନ୍ତ୍ରୀପଦ ପାଇନଥିବା ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ଧମକ ଦେଇଥିବା ବେଳେ ସେମାନେ ଇସ୍ତଫାପତ୍ର ଫେରେଇନେବେ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ସଙ୍କଟ ପାଇଁ ନୂଆଦିଲ୍ଲାରେ କଂଗ୍ରେସର ଜରୁରୀକାଳିନ ବୈଠକ ବସିଥିଲା। ଏଥିରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଅହମଦ ପଟେଲ, ଆନନ୍ଦ ଶର୍ମା, ମଲ୍ଲିକାର୍ଜୁନ ଖରଗେ, ମୁକୁଲ ୱାସନିକ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପି.ଚିଦାମ୍ବରମ ପ୍ରମୁଖ ଯୋଗ ଦେଇଥିଲେ।
Follow by Email
WhatsApp