ଅଙ୍ଗନବାଡି କର୍ମୀଙ୍କ ଦରମା ବଢାଇଛନ୍ତି କେନ୍ଦ୍ରସରକାର : ମାନେକା ଗାନ୍ଧି Posted on 25/01/201925/01/2019 by NTP Bureau Report ଭୁବନେଶ୍ୱର (ଏନଟିପି) ଦୀର୍ଘଦିନ ଧରି ଲୋୟର ପି ଏମ ଜି ରେ ଦରମା ବୃଦ୍ଧି ପ୍ରସଙ୍ଗରେ ଅଙ୍ଗନବାଡ଼ି ମାନେ ଅହୋରାତ୍ର ଧାରଣା ଦେଇଥିଲେ।ତାପରେ ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ିଲା ବୋଲି ଚର୍ଚା ହେଲା। ଏହାକୁ ରାଜ୍ୟ ସରକାର ବଢ଼ାଇଛନ୍ତି ବୋଲି କହି ବୁଲୁଛନ୍ତି। ମାତ୍ର ଏହାକୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଖଣ୍ଡନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ନୁହେଁ କେନ୍ଦ୍ର ସରକାର କରିଛନ୍ତି ବୋଲି ସେ କହିଛନ୍ତି। ମାନେକା କହିଛନ୍ତି-“କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ୭ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ କେନ୍ଦ୍ର ଯୋଜନାକୁ ରାଜ୍ୟ ଅଣଦେଖା କରୁଛି।” ସେ କହିଛନ୍ତି-“କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ରହିଛି। ମୋବାଇଲ ମାଧ୍ୟମରେ ପୁଲିସ ସହ ସିଧା ଯୋଗାଯୋଗର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ୮ଟି ରାଜ୍ୟ ସାମିଲ ଥିବା ବେଳେ ଓଡ଼ିଶା ଗ୍ରହଣ କରିନାହିଁ। ସେହିପରି ଓଡ଼ିଶାରେ ସେଲ୍ଟର ହୋମ୍ ଗୁଡିକର ମାନ ଠିକ୍ ନାହିଁ।”ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରାୟ କିଛି ଯୋଜନାକୁ ହାଇଯାକ କରିନେଉଛି ରାଜ୍ୟସରକାର।କେନ୍ଦ୍ର ସରକାର ଘୋଷଣା କରୁଥିବା ଯୋଜନା ସବୁକୁ ବାଃ ବାଃ ନେବା ଆଳରେ ରାଜ୍ୟସରକାର ନିଜର ଯୋଜନା କହି ନିର୍ବଚନୀ ବୈତରଣୀ ପାର ହେବାର ଲକ୍ଷ ରଖୁଛି ବୋଲି ମଧ୍ୟ ଅଭିଯୋଗ ଉଠାଇଛନ୍ତି। Share on FacebookTweetFollow usSave Post Views: 245
Odisha କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ NTP Bureau Report 22/12/2023 0 ଭୁବନେଶ୍ୱର,୨୨ ।୧୨: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ […]
Odisha ADJ Hearing Minor Girl Rape & Murder Case,Death Penalty To Accused NTP Bureau Report 26/07/2019 0 NEWS TIME PRO (ANGUL): A Fast Track Court On Friday Sentenced rape and murder Case of a 13-year-old Minor girl in Angul on January 19 […]
Odisha Medical Gas Pipe Line (MGPL), installed at NTPC Talcher Kaniha NTP Bureau Report 02/07/2021 0 Angul(NewsTimePro): In line with the up-gradation and improvement in patient care facilities at NTPC Hospital-TSTPS, a Medical Gas Pipe Line (MGPL) has been installed for […]