କାଳିଆ ଯୋଜନାରେ ବିଜେଡି ନେତା ହିତାଧିକାରୀ :ବିଜେପିର ଅଭିଯୋଗ Posted on 25/01/201925/01/2019 by NTP Bureau Report ଢେଙ୍କାନାଳ (ଏନଟିପି) ରାଜ୍ୟ ସରକାର ଚାଷୀଙ୍କ ପାଇଁ କରିଛନ୍ତି କାଳିଆ ଯୋଜନା।କାଳିଆ ଯୋଜନା ପ୍ରକୃତ ହିତାଧିକାରୀ ଏହାର ଲାଭ ପାଇବା ବଦଳରେ ବିଜେଡି ନେତା ସାମିଲ ଥିବା ଅଭିଯୋଗ ଉଠାଇଛି ଭାଜପା।ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କୃଷିଭିତ୍ତିକ ଯୋଜନା ‘କାଳିଆ’ରେ ବିଜେଡି ନେତା ହିତାଧିକାରୀ ବୋଲି ଅଭିଯୋଗ ଆଣିଛି ଢେଙ୍କାନାଳ ଜିଲା ଭାଜପା କୃଷକ ମୋର୍ଚ୍ଚା। ଦକ୍ଷିଣକାଳୀ ରୋଡ୍ସ୍ଥିତ ଦଳୀୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଢେଙ୍କାନାଳ ଲୋକସଭା ପ୍ରଭାରୀ ଦେବାଶିଷ ହୋତା ଏପରି ଅଭିଯୋଗ ଆଣିବା ସହ ଶାସକ ବିଜେଡି ଉପରେ ପ୍ରବଳ ବର୍ଷିଥିଲେ। ଦେବାଶିଷ କହିଛନ୍ତି, ‘କାଳିଆ’ ଯୋଜନାରେ ଅଧିକାଂଶ ସ୍ଥାନରେ ଶାସକ ଦଳର ଜନପ୍ରତିନିଧି ନିଜକୁ ତାଲିକାଭୁକ୍ତ କରାଇଛନ୍ତି। ବିଜେଡି ନିର୍ବାଚନୀ ଚାନ୍ଦା ଆଦାୟ କରିବାକୁ ଏହି ଯୋଜନା କାର୍ଯ୍ୟକାରୀ କରିଛି। ଏହାଦ୍ୱାରା ପ୍ରକୃତ ହିତାଧିକାରୀ ଲାଭବାନ ହେବେନାହିଁ। ଜିଲାର ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ଅନେକ ସରପଞ୍ଚ କାଳିଆ ଯୋଜନାରେ ହିତାଧିକାରୀ ଅଛନ୍ତି। ହେଲ୍ପ୍ ଲାଇନ ନମ୍ବରରେ ଯୋଗାଯୋଗ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଆସନ୍ତା ନିର୍ବାଚନରେ ଚାଷୀମାନେ ଏହାର ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷକ ମୋର୍ଚ୍ଚାର ଦୁର୍ଗା ପ୍ରସାଦ ସାହୁ, ରମେଶ ଚନ୍ଦ୍ର ସାମଲ, ଜିଲା କୃଷକ ମୋର୍ଚ୍ଚା ସଭାପତି ଦୟାନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 148
Odisha Political Tadka ବିଜେଡିର ପ୍ରଥମ ପ୍ରାର୍ଥୀତାଲିକା ଘୋଷଣା NTP Bureau Report 18/03/2019 0 ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ ଭବାନୀପାଟଣା : ଦୁଷ୍ମନ୍ତ ନାୟକ ନର୍ଲା : ଭୂପିନ୍ଦର ସିଂହ ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ […]
Political Tadka ମେଡିକାଲ କଲେଜ ଵିଲଡିଂର ଉଦଘାଟନ ବିଜେପିର ରାଜନୈତିକ ଚାଲ କହିଲା “ବିଜେଡି “ NTP Bureau Report 03/03/2019 0 ଅନୁଗୋଳ(ଏନଟିପି): ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତାଙ୍କ ଭିତରେ ଫଳକ ମରାକୁ ନେଇ ଚାଲିଛି ରାଜନୀତି।କେବଳ ଭାଷଣ ବୟାନ ବାଜିରେ ସବୁ ସୀମିତ ରହୁଥିବା ମନେ ହୁଏ।ଜୁମଲା ବାଜି ଭାଷଣ କେତେ […]
Political Tadka ବୈଜୟନ୍ତ ବିଜୟଙ୍କ ଗତି କୁଆଡେ NTP Bureau Report 10/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ): ରାଜ୍ୟ ରାଜନୀତି ର ଦୁଇ ଜଣ ବଳିଷ୍ଠ ବ୍ୟକ୍ତିତ୍ୱ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର।କେନ୍ଦ୍ରାପଡା ମାଟିର ଦୁଇ ଲଢୁଆ ବୀରଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ? ଚର୍ଚ୍ଚା […]