ଭୁବନେଶ୍ୱର,୨୨ ।୧୨: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଅଭିଭାଷଣ ପ୍ରଦାନ କରି କହିଲେ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ବାସ୍ତବରେ ଏକ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ। ଏଠାରେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ବର୍ତ୍ତମାନର ସମୟ ହେଉଛି ଜ୍ଞାନର ଯୁଗ। ଏବେ ପ୍ରମାଣପତ୍ର ଅପେକ୍ଷା ଜ୍ଞାନର ଚାହିଦା ଅଧିକ ରହିଛି। କିଏ କେତେ ଜ୍ଞାନ ଆହରଣ କରି ବାସ୍ତବ କ୍ଷେତ୍ରରେ ତାର ବ୍ୟବହାର କରିପାରୁଛି ତା ଉପରେ ବର୍ତ୍ତମାନ ସମସ୍ତେ ଗୁରୁତ୍ୱାରୋପ କରୁଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ହେଉଛି ଦେଶର ଏକମାତ୍ର ଅନୁଷ୍ଠାନ ଯେଉଁଠି ମାନସିକ ଅନଗ୍ରସର ପିଲାମାନଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷାଦାନ କରାଯାଉଛି। ସେମାନଙ୍କୁ ମାନସିକସ୍ତରରେ ବିକଶିତ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ୍ର ଚେୟାରପର୍ସନ୍ ଡ. ମୋନା ଲିସା ବଳ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଲେ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ପାଠ୍ୟକ୍ରମକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଶିକ୍ଷାଗ୍ରହଣ କରିବା ସହ ନିଜର ମୂଲ୍ୟାୟନ କରିପାରିବେ। ମୋ ମତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ପ୍ରତିଭାବାନ। ବର୍ତ୍ତମାନ ଯୋଗାଯୋଗ, ସହଯୋଗ ଓ ସର୍ଜନାର ଯୁଗ ହୋଇଥିବାରୁ ଆମେ ସେହିଭଳି ଭାବେ ଦକ୍ଷ ଭାବେ ପିଲାଙ୍କୁ ଗଢ଼ି ତୋଳୁଛୁ ବୋଲି ସେ କହିଥିଲେ। ସ୍କୁଲ୍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରି ଚଳିତବର୍ଷ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସର୍ବଦା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଆସୁଛି। ଏହି ସ୍କୁଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିସ୍ୱାର୍ଥପର ସେବା ଓ ସୀମାହୀନ ଶିକ୍ଷା ବୋଲି ଡ. ସୁଆର କହିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର କାରାନାଇର ଇ-ସଂସ୍କରଣକୁ ଶ୍ରୀ ସାମନ୍ତ ଉନ୍ମୋଚନ କରିଥିଲେ। ଶେଷରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶେଷ କରି ସେନ ଗ୍ଲୋବର ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା।
Related Posts
ଗୁଜୁରାଟ ଗୌରବ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଲୋକଙ୍କ ଆସ୍ଥାଭାଜନ ହେବା ପ୍ରଜାତନ୍ତ୍ରରେ ସବୁଠୁ ବଡ଼ ଉପଲବ୍ଧି – ଧର୍ମେନ୍ଦ୍ର ପ୍ରଧାନ
- NTP Bureau Report
- 14/10/2022
- 0
ଅକ୍ଟୋବର ୧୪ – କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ୯ଟି ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ଗୌରବ ଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ […]
ସୁବର୍ଣ୍ଣପୁର ରେ ରାବଣ ପୋଡ଼ି ଉତ୍ସବ,ବାଣରେ କମ୍ପିଲା ସୁବର୍ଣ୍ଣପୁର
- NTP Bureau Report
- 27/04/2019
- 0
ବାଙ୍କୀ (ଏନଟିପି): କଟକ ଜିଲ୍ଲାର ମହାନଦୀ ଅବବାହିକା ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ରେ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂସଦ ଆନୁକୂଲ୍ୟରେ ଶୁକ୍ରବାର ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ କୁ […]
ଓଡ଼ିଶାରେ ପହଞ୍ଚିଲା ସହିଦ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ବିମାନ ବନ୍ଦରରେ ଦିଆଗଲା ଶ୍ରଦ୍ଧାଞ୍ଜଳି
- NTP Bureau Report
- 19/06/2020
- 0
ଭୁବନେଶ୍ୱର(ଏନ ଟି ପି): ଶହୀଦ ପିଲାଙ୍କ ପାଠପଢା ଦାୟିତ୍ବ ବହନ କରିବ କିଟ ଓ କିସ ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଥିବା ଦେଶର 20 ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର […]