ପ୍ରେମରେ ବିଫଳ ହେବାରୁ ନାବାଳିକା କୁ ଦୁଷ୍କର୍ମ ପରେ ନୃଶଂଶ ହତ୍ୟା …. Posted on 24/01/201924/01/2019 by NTP Bureau Report ଅନୁଗୋଳ (ଏନଟିପି) ଅନୁଗୋଳ ଥାନା କାଙ୍ଗୁଲା ଗାଁ ରେ ଏକ ଲୋମ ହର୍ଷଣ କାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।କାଙ୍ଗୁଲା ଗାଁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତ କୁହା ଯାଉଥିବା ଶ୍ରୀନିବାସ ଦେହୁରୀ ଓରଫ ଅନାମକୁ ଗିରଫ କଲା ଅନୁଗୁଳ ପୋଲିସ । ଅଭିଯୁକ୍ତ ନାବାଳିକା କୁ ପ୍ରେମ ନିବେଦନ କରିଥିଲା।ପ୍ରେମରେ ବିଫଳ ହେବାରୁ ଅଭିଯୁକ୍ତ ନାବାଳିକା କୁ ବଳାତ୍କାର ପରେ ପଥରରେ ଛେଚି ନୃଶଂଶ ଭାବେ ହତ୍ୟା କରିବାପରେ ମଧ୍ୟ ବଳାତ୍କାର କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସତ ସତ ମାନିଥିଲା।ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଟିମ କୋଲକତାରୁ ଗିରଫ କରି ଅନୁଗୁଳ ଆଣିଛି । ଘଟଣା ଦିନଠାରୁ ଅନାମ ଓରଫ ଶ୍ରୀନିବାସ ଫେରାର ହୋଇଯାଇଥିଲା ତାକୁ ଧରିବା ପାଇଁ ପୋଲିସ ୪ ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।ଏକ ଲାଇନ ଟ୍ରକ ଯୋଗେ ଅଭିଯୁକ୍ତ ଭୁବନେଶ୍ୱର ପରେ କଲିକତା ପଳାଇଯାଇଥିଲା।କୋଲକାତାର ଏକ ଜଳଖିଆ ଦୋକାନରେ ଅନାମ କାମ କରୁଥିବା ଜାଣି ପୋଲିସ ଛଦ୍ମ ବେଶରେ ଚଢ଼ାଉ କରି ତାକୁ କାବୁ କରି ନେଇଥିଲା । ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଟିମ କୌଣସି ସୂତ୍ରରୁ ଖବର ପାଇ କୋଲକାତାରେ ପହଞ୍ଚିବା ସହ ତାକୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଥିଲା । ଅନାମ ର ଆଜି ଅନୁଗୋଳ ମେଡିକାଲ୍ ରେ ଡାକ୍ତରମାଇନା କରାଯିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।କିଭଳି ହତ୍ୟା କରଥିଲା ପୋଲିସ ଆଗରେ ସତ ସତ ମାନିଥିଲା ଅଭିଯୁକ୍ତ ଅନାମ।ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ ପି ମିତ୍ରଭାନୁ ମହାପାତ୍ର।ଏସପି ଏହାର ସମସ୍ତ ଶ୍ରେୟ ଅନୁଗୋଳ IIC ସମେତ ସ୍ପେଶାଲ ସ୍କ୍ୱାର୍ଡ ଟିମ କୁ ଦେଇଛନ୍ତି।ଅଭିଯୁକ୍ତ ବ୍ୟବହୃତ କରିଥିବା ବାଇକ ଓ ପଥର କୁ ଜବତ କରିଛି ପୋଲିସ।ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। Share on FacebookTweetFollow usSave Post Views: 428
Odisha Jharsuguda MLA Naba Kishore Das tenders resignation as MLA. NTP Bureau Report 28/01/2019 0 BHUBANESWAR (NEWS TIME PRO) Jharsuguda MLA Naba Kishore Das tenders resignation as MLA. Today, he met Speaker Pradip Kumar Amat & handed over the resignation […]
Odisha ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା NTP Bureau Report 30/04/2020 0 କନ୍ଧମାଳ(ଏନ ଟି ପି): ଆଜି ହେଉଛି ଶ୍ରମିକ ଦିବସ।ଷ୍ଟାମୀଙ୍କ ମାନଙ୍କ ପାଇଁ ଦିନଟିଏ।ଶ୍ରମିକ ମାନଙ୍କ ସମସ୍ୟାକୁ ଆମର ଗୋଟିଏ ଛୋଟିଆ ଷ୍ଟୋରି । ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ […]
Odisha ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବିଜେଡି ନେତା ଅରୁଣାଭ Smrutilipi 21/12/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହେଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନି […]