ମେଡ଼ିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଆବାସିକ କୋଚିଂ ସେଣ୍ଟରକୁ ଜିଲ୍ଲାପାଳଙ୍କ ପରିଦର୍ଶନ…..

ଅନୁଗୋଳ (ଏନ ଟି ପି):

ଆଜି ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ କୋଟି ଅଠା ଅସି ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଜିଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଆରମ୍ଭ ହୋଇଥବା ଆବାସିକ ମେଡ଼ିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା କୋଚିଂ ସେଣ୍ଟର ଯେଉଁଠି ଜିଲ୍ଲାର ତିନି ଟି ଖଣି ପ୍ରଭାବିତ ବ୍ଲକ ଯଥା ତାଳଚେର, ଛେଣ୍ଡିପଦା ଓ କଣିହାଁ ରୁ ଷାଠିଏ ଜଣ ମେଧାବୀ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ସେଠାକୁ ପରିଦର୍ଶନ କରିଥିଲେ।ଏହି କେନ୍ଦ୍ର କୁ ପରିଚାଳନା କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ଏକ ଘରୋଇ ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇଛି।ନିଜ ଅଭିଭାଷଣ ରେ ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ପ୍ରତିବଦଳରେ ସେମାନେ ପ୍ରବେଶିକା ପରୀକ୍ଷା ରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାର ଶପଥ ନେଇଥିଲେ।

Follow by Email
WhatsApp