ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ…⛹🏻‍♀🏅

ଯେବେ ବିବାହ କରିବି,ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି। ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି।

ଭୁବନେଶ୍ୱର(୧୯/୫) :- ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌ରେ) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍‌ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ଅଛନ୍ତି।

ଦୂତୀ ତାଙ୍କ ଗାଁ ଚକ୍ର ଗୋପାଳପୁର (ଯାଜପୁର ଜିଲ୍ଲାରେ)ର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି। ତେବେ ସେ ତାଙ୍କ ନାଁ ପ୍ରକାଶ କରି ନାହାନ୍ତି। ତାଙ୍କ ନାଁ ପ୍ରକାଶ କଲେ ଅଯଥାରେ ସେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ ହେବେ ବୋଲି ଦୂତୀ କହିଛନ୍ତି।

‘ଦ ସଣ୍ଡେ ଏକ୍ସପ୍ରେସ୍‌’କୁ ସେ କହିଛନ୍ତି,“ମୁଁ ଜଣଙ୍କୁ ପାଇଛି ଯିଏ ମୋ ପାଇଁ ଉପଯୁକ୍ତ। ମୁଁ ସ୍ୱାଧୀନତାରେ ବିଶ୍ୱାସ କରେ। ଜଣେ ବ୍ୟକ୍ତି କାହା ସହିତ ରହିବ ତାହା ତା’ର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ମୁଁ ବିଚାର କରେ। ଯେଉଁମାନେ ସମଲିଙ୍ଗୀ ରିଲେସନ୍‌ସିପ୍‌ରେ ରହିବାକୁ ଚାହାନ୍ତି, ମୁଁ ସବୁବେଳେ ସେମାନଙ୍କୁ ସମର୍ଥନ କରି ଆସିଛି। ତେବେ ବର୍ତ୍ତମାନ ମୁଁ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍‌ ଓ ଅଲିମ୍ପିକ୍ ଗେମ୍‌ ଉପରେ ଧ୍ୟାନ ଦେଉଛି। କିନ୍ତୁ ଭବିଷ୍ୟତରେ ମୁଁ ତାଙ୍କ (ଜଣେ ମହିଳା) ସହିତ ଘର କରି ରହିବି।”

Follow by Email
WhatsApp