ନାଟ୍ୟମେଳା ପାଇଁ ସାମ୍ବାଦିକ ସମ୍ମିଳନୀ Posted on 24/01/201924/01/2019 by NTP Bureau Report ଅନୁଗୋଳ(ଏନଟିପି) ନାଟ୍ୟମ ଅନୁଗୋଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷର ନାଟ୍ୟମ ରାଜ୍ୟ ସ୍ତରୀୟ ନାଟ୍ୟମେଳା ୨୦୧୯ ଜାନୁୟାରୀ ୨୭ ତାରିଖ ରୁ ଆରମ୍ଭ ହୋଇ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଅମଲାପଡା ଅନୁଗୋଳ ର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ଅନୁଷ୍ଠାନର ସଭାପତି ସାମ୍ବାଦିକ ସମ୍ମିଳନୀ ରେ ମତବ୍ୟକ୍ତ କରିଥିଲେ ।ଅନୁଗୋଳ ଜନସାଧାରଣ,ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ମାନଙ୍କର ସହଯୋଗରୁ ଏହି ନାଟ୍ୟମେଳା ସମସ୍ତ ରାଜ୍ୟର ସାଂସ୍କୃତିକ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।ଦୀର୍ଘ ୬ଦିନ ନାଟ୍ୟ ମହୋସ୍ଚବର ୨୭ ତାରିଖ ଉଦଘାଟନୀ ସନ୍ଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ପରିବେଶଣ କରିବେ ନାଟକ ବାଞ୍ଛାର ବଗିଚା,୨୮ ତାରିଖ ରଂଗମଞ୍ଚ ରାଉରକେଲାର ନାଟକ ନୟନପୁର ଏକ୍ସପ୍ରେସ,୨୯ ତାରିଖ ପଞ୍ଚମବେଦ ରାଉରକେଲାର ନାଟକ ଅବସର,୩୦ ତାରିଖ କଳାପରିଷଦ ଢେଙ୍କାନାଳର ନାଟକ ପଣବନ୍ଦୀ,୩୧ ତାରିଖ ଶ୍ରୀ କଲଚୁରାଲ ଆସୋସିଏସନ ସମ୍ବଲପୁରର ନାଟକ ସିମନାକାନ୍ଥି ୧ ତାରିଖ ଉଦଯାପନୀ ସନ୍ଧ୍ୟାରେ ନାଟ୍ୟମ ଅନୁଗୋଳର ନାଟକ ମାଟି ମା ଅନୁଷ୍ଠିତ ହେବ ବୋଲି ନାଟ୍ୟମ ସାଧାରଣ ସଂପାଦକ କହିଛନ୍ତି ।ଏହି ନାଟ୍ୟମ ନାଟ୍ୟମେଳାକୁ ଜିଲ୍ଲାର ସମସ୍ତ ଜନସାଧାରଣ ଦେଖିଆସିବାକୁ ନାଟ୍ୟମ ଅନୁଗୋଳର ମିଡିଆ ସଂଯୋଜକ ତପନ ଦାଶ ଅନୁରୋଧ କରିଅଛନ୍ତି ।ଏହି ପ୍ରେସ ବିବୃତିରେ ନାଟ୍ୟମ ଅନୁଗୋଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । Share on FacebookTweetFollow usSave Post Views: 214
Odisha ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର NTP Bureau Report 26/05/2020 0 କଟକ(ଏନଟିପି): ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ […]
Odisha 500-Bedded Odisha COVID-19 Hospital Becomes Operational in KIMS NTP Bureau Report 02/04/2020 0 Bhubaneswar(News Time Pro): India’s First Exclusive #Covid19 Hospital Opens In Odisha’s KIMS. 500 bedded hospital, 50 critical care units. A 500-Bedded Odisha COVID-19 Hospital managed […]
Odisha NATIONAL 73rd Independence Day was celebrated at NTPC NTP Bureau Report 16/08/2019 0 Anugul(NewsTimePro): Talcher Kaniha on 15th August,2019 with patriotic fervour. Shri Ramesh Babu V ,Executive Director hoisted the national flag at Ambedkar Stadium of the township. […]