କଂଗ୍ରେସ ,ବିଜେପି ଛାଡି ବିଜେଡିର ମିଶିଲେ ଶତାଧିକ କର୍ମୀ

ଅନୁଗୋଳ(ଏନ ଟି ପି ):

ଆଜି ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ର ବାରସିଂହା ଗ୍ରାମ ର ବହୁ ବିଜେପି ଓ କଂଗ୍ରେସ କର୍ମୀ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କ ସ୍ୱଚ୍ଛତା ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ଅରୁଣାଭ ସିଂହ, କୃଷ୍ଣଚନ୍ଦ୍ର ପ୍ରଧାନ, ଦିବ୍ୟ ନାୟକ, ଦୀପକ ପ୍ରଧାନ, ବସନ୍ତ ମହାଳିକ, ବିଶ୍ୱଜିତ ଦାସ, ଅନୀଲ କୁମାର ସାହୁଙ୍କ ପ୍ରମୁଖ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Follow by Email
WhatsApp