କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର. Posted on 09/04/202009/04/2020 by NTP Bureau Report କନ୍ଧମାଳ.(ଏନଟିପି) କରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। ଏହି କୋଭିଡ୍ ଯୋଦ୍ଧାମାନଙ୍କୁ କନ୍ଧମାଳ ଭାଜପା ମହିଳା ମୋର୍ଚ୍ଚା ତରଫରୁ ଗୁରୁବାର କୃତଜ୍ଞତା ପତ୍ର ଦିଆଯିବା ସହ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ ରାଇକିଆ ଥାନା, ମେଡିକାଲ, ବ୍ୟାଙ୍କ ଯାଇ ଅଧିକାରୀମାନଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରିଥିଲେ। ଏଥିସହ ସାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ , ସଫେଇ କର୍ମଚାରୀମାନଙ୍କୁ ମଧ୍ୟ ଏହି ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ପୂର୍ବରୁ ମହିଳା ମୋର୍ଚ୍ଚା ତରଫରୁ ଗାଁ ଗାଁ ବୁଲି ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିବା ଜିଲା ମହିଳା ସଭାନେତ୍ରୀ କହିଛନ୍ତି। Share on FacebookTweetFollow usSave Post Views: 376
Odisha ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ , ୫ ଗିରଫ NTP Bureau Report 12/03/2020 0 ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେରର ଏକ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ କୋଲିୟରି ପୋଲିସ କାବୁ କରିଛି । ଖବର ନେବାରେ ଜଣାପଡିଛି ୧୧ […]
Business NATIONAL Odisha National Science Day Celebrated at KIIT with Telescope Donation and Inspirational Messages NTP Bureau Report 02/03/2025 0 Bhubaneswar: KIIT-DU marked National Science Day on Friday with the donation of a telescope by renowned astrophysicist Dr. Ashwin Sekhar to KISS students. Addressing the […]
Odisha ଦୁର୍ଦ୍ଧାନ୍ତ ଅପରାଧୀ କୁ ଜାମିନ ମିଳିବା ଘଟଣା :ଅନୁଗୋଳ ଥାନା SI ନିଲମ୍ବିତ NTP Bureau Report 30/01/2020 0 ଅନୁଗୋଳ(ଏନଟିପି): ଦୁର୍ଦ୍ଧାନ୍ତ ଅପରାଧୀ କୁ ପ୍ରଥମେ ଗିରଫ ର କିଛି ସମୟ ପରେ ଜାମିନ ମିଳିଲା ।ଆଇନର ଗଳା ବାଟଦେଇ ମୁକୁଳିଗଲେ ଦୁର୍ଦାନ୍ତ ଅପରାଧୀ।ଅପରାଧୀ ପ୍ରତି କୋହଳ ମନୋଭାବ ପୋଲିସ ଏସଆଇଙ୍କୁ ମହଙ୍ଗା ପଡିଲା । […]