ନିଯୁକ୍ତି ମେଳାକୁ ଉଦ୍ଘାଟନ କଲେ ଜିଲ୍ଲାପାଳ Posted on 22/01/201922/01/2019 by NTP Bureau Report ଅନୁଗୋଳ (ଏନ ଟି ପି): ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ପାଇବାର ବାଟ ଫିଟାଇଲା ଜିଲ୍ଲାପ୍ରଶାସନ।ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ଉନ୍ମୋଚନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନ ର ମିଳିତ ସହଯୋଗରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏହି ମେଳାକୁ ଜିଲ୍ଲାପାଳ ଅନିଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଜିଲ୍ଲାପାଳ କଣ ଦେଲେ ପରାମର୍ଶ ? ପିଲାଙ୍କ ଯୋଗ୍ୟତା ଭିତ୍ତିରେ ଚାକିରୀ ଦେବା ସହ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ଶ୍ରୀ ସାମଲ ଉପସ୍ଥିତ ନିଯୁକ୍ତିଦାତା କମ୍ପାନୀମାନଙ୍କର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଓ କୌଣସି ପିଲା ମାନେ ଯଦି କେହି ଶୋଷଣ କରିବା ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ଚେତାବନୀ ଦେଇଥିଲେ।ଏହି ମେଳାରେ ବିଭିନ୍ନ ବ୍ଲକ ରୁ ଆସିଥିବା ଆଶାୟୀ ଯୁବକ ଯୁବତୀ ମାନଙ୍କ ସହିତ ପନ୍ଦର ଟି ନିଯୁକ୍ତିଦାତା , ଷୋହଳ ଟି ତାଲିମ ପ୍ରଦାନ କାରୀ ସଂସ୍ଥା ଓ ତିନୋଟି ସରକାରୀ ସଂସ୍ଥା ର କର୍ମକର୍ତା ମାନେ ଯୋଗ ଦେଇଥିଲେ।ଏଥିରେ ଜିଲ୍ଲାର ଆଠଟି ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ୧୪୧୨ ଜଣ ପ୍ରାର୍ଥୀ ନାମ ପଞ୍ଜିକରଣ କରିଥିଲେ।ସେଥିରୁ ୪୫୧ ଜଣ ସିଧାସଳଖ ନିଯୁକ୍ତି ପାଇଥିଲେ, ତାଲିମ ପ୍ରଦାନ କାରୀ ଘରୋଇ ସଂସ୍ଥା ଦ୍ୱାରା ୩୦୮ ଜଣ, ଏୟାର ଫୋର୍ସ ରେ ୨୮ ଜଣ, ସୈନ୍ୟବାହିନୀରେ ୧୯୨ ଜଣ ଓ ଅନ୍ୟରେ ୮୮ ଜଣଙ୍କୁ ତାଲିମ ପ୍ରଦାନ ନିମନ୍ତେ ଚୟନ କରାଯାଇଛି।ଏହି ମେଳାରେ ଜିଲ୍ଲାପାଳଙ୍କ ସହ DRDA PD ଅତୁଲ୍ୟ ଚମ୍ପତିରାୟ ମଧ୍ୟ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 213
Odisha ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ NTP Bureau Report 25/12/2023 0 ଖେଳରେ ସ୍ପିରିଟ୍ ଅଛି, ଖେଳରୁ ହିଁ ପ୍ରେରଣା ମିଳେ – ଧର୍ମେନ୍ଦ୍ର ପ୍ରଧାନ* • ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ • ୭୫୦ ସିଟ୍ […]
Odisha Business JSPL remembers Shri OP Jindal on his Punyatithi NTP Bureau Report 31/03/2021 0 Angul, 31st March(News Time Pro): Jindal Steel and Power Ltd. (JSPL) observed the 16th Punyatithi of its founder Shri Om Prakash Jindal (Bauji) with a […]
Odisha ଶବର ଆଖି ମେଡିକାଲରୁ ଗାଏବ, କିଏ ତାଡିଲା ଆଖି ? NTP Bureau Report 23/07/2019 0 ଅନୁଗୋଳ (ଏନଟିପି): ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ରଖିବା ଗୃହରୁ ପୁଣି ମୃତଦେହର ଆଖି ଗାଏବ । ଏଥର କେବଳ ଡାହାଣ ଆଖି ଗାଏବ ହୋଇଥିବା ଦେଖା ଦେଇଛି । ଘଟଣାରୁ ପ୍ରକାଶ […]