ମେଧାବୀ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅନୁଶିକ୍ଷଣ ଶିବିରକୁ ଜିଲ୍ଲାପାଳ କଲେ ଉଦ୍ଘାଟନ

ଅନୁଗୋଳ (ଏନଟିପି)

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚାରି ଦିନିଆ ଆଚିଭର କୋର୍ସ କାଲି ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲଙ୍କ କରକମଳରେ ଉଦଘାଟିତ ହେଇଯାଇଛି।ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଚାପମୁକ୍ତ ହୋଇ ପଢିବା, ଆତ୍ମବିଶ୍ବାସ ସହ ପରୀକ୍ଷାରେ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ସହ ଜିଲ୍ଲାର ଗୌରବ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ଉପସ୍ଥିତ ଅତିଥି ମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ।ଆସନ୍ତା ଫେବ୍ରୁଆରୀ ବାଇସ ତାରିଖରେ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ସନ୍ଦେହ ଦୁରୀଭୂତ ନିମନ୍ତେ ଚାଳିଶ ଜଣ ଅତି ଅନୁଭବୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ଶିବିର ପରିଚାଳନା ଦାୟିତ୍ବ ଦିଆଯାଇଛି।ଜିଲା ଖଣିଜ ପାଣ୍ଠି ଅନୁଦାନରେ ଅନୁଷ୍ଠିତ ହେଉଥିବା ଏହି ଶିବିରରେ ବାସ୍ତରୀଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ର ଗତ ପ୍ରି ବୋର୍ଡ ରେ ଅସି ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଦୁଇ ଶହ ପାଞ୍ଚ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବ।

Follow by Email
WhatsApp