ଓଲଟିଲା ନୀଳକଣ୍ଠ ,ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ,୨ ମୃତ Posted on 21/01/201921/01/2019 by NTP Bureau Report ଚୌଦ୍ୱାର କଜଳକଣା ନିକଟରେ ‘ନୀଳକଣ୍ଠ’ ନାମକ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।ପୁଲିସ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଅଧିକ ଧନଜୀବନହାନୀକୁ ରୋକାଯାଇପାରିଥିଲା।ବସ୍ଟି କଟକରୁ ଅନୁଗୋଳ ଯିବା ବେଳେ କଜଳକଣା ନିକଟରେ ଓଲଟି ପଡ଼ିଥିଲା। ରାସ୍ତା କାମ ପାଇଁ ଗଦା ହୋଇଥିବା ବାଲି ଉପରେ ଚଢ଼ିଯିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗୁରୁତର ଙ୍କୁ ଭେଟିଲେ ତାଳଚେର ବିଧାୟକ : ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କଟକ ଯାଇ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରଥିଲେ ବିଧାୟକ।ତାଳଚେର ବିଧାୟକ ଙ୍କ ସମେତ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ। https://youtu.be/zsWJzfEmnRc CUTTACK,CHOUDWAR BUS ACCIDENT….. Share on FacebookTweetFollow usSave Post Views: 251
Odisha କେଉଁ ଆଧାରରେ ସରକାରୀ ଗାଡିର ଇନସ୍ୟୁରାନ୍ସ ଦରକାର ପଡିନଥାଏ ? NTP Bureau Report 18/09/2019 0 ଅନୁଗୋଳ(ଏନଟିପି) : ବେପରୁଆ ଗାଡି ଚାଳନା ଯୋଗୁଁ ବଢି ଚାଲିଛି ସଡକ ଦୁର୍ଘଟଣା। ସଡକ ଦୁର୍ଘଟଣାକୁ କମ କରିବା ପାଇଁସରକାର ମୋଟର ଭେଇକିଲ୍ ଆକ୍ଟରେ କତେକ ସଂଶୋଧନ ଆଣିଛନ୍ତି । ୧୯୮୮ ପରିବହନ ଆଇନ କୁ […]
Odisha ପିଠା କାର୍ଯ୍ୟକ୍ରମକୁ କାହିଁକି ବିରୋଧ କଲେ ମହିଳା ସଂଘ,ପଢନ୍ତୁ ପୁରା ରିପୋର୍ଟ NTP Bureau Report 16/01/2019 0 ଛେଣ୍ଡିପଦା(ଏନଟିପି)–(ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)- ବାଗେଡ଼ିଆ ଆଠ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ,ପ୍ରତିବାଦରେ ପୀଠା କାର୍ଯ୍ୟକ୍ରମକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା । ଅନୁଗୋଳ […]
Odisha ଆଇଏଏସ ସ୍ତରରେ ଅଦଳବଦଳ;କିଏ କେଉଁଠିକି ହେଲେ ବଦଳି NTP Bureau Report 09/02/2019 0 ଭୁବନେଶ୍ୱର(ଏନଟିପି) ସାଧରାଣ ନିର୍ଵାଚନ ପୂର୍ବରୁ ଆଇ ଏ ଏସ ସ୍ତରରେ ଅଦବଦଲ ହୋଇଛି। ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର ଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନ ନେବେ […]