ଆଇଏଏସ ସ୍ତରରେ ଅଦଳବଦଳ;କିଏ କେଉଁଠିକି ହେଲେ ବଦଳି

ଭୁବନେଶ୍ୱର(ଏନଟିପି)

ସାଧରାଣ ନିର୍ଵାଚନ ପୂର୍ବରୁ ଆଇ ଏ ଏସ ସ୍ତରରେ ଅଦବଦଲ ହୋଇଛି। ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର ଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନ ନେବେ ପ୍ରମୋଦ କୁମାର ବେହେରା। ଜଗତସିଂହପୁର ଜିଲ୍ଲାପାଳ ଥିବା ଯାମିନୀ ଷଡ଼ଙ୍ଗୀ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ। ସେହିପରି ସମ୍ବଲପୁର ଜିଲ୍ଲାପାଳ ସାମର୍ଥ ବର୍ମାଙ୍କୁ ବିଏମସି କମିଶନର ଭାବରେ ବଦଳି କରାଯାଇଛି।ବିଏମସି କମିଶନର ଥିବା ଶୁଭମ୍ ସକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି। ଅନୁଗୁଳ ଜିଲ୍ଲାପାଳ ଥିବା ଅନୀଲ ସାମଲ କେନ୍ଦ୍ରାଞ୍ଚଳ ଆରଡିସି ହୋଇଛନ୍ତି। ତାଙ୍କ ସ୍ଥାନରେ ବିଡିଏ ସଚିବ ମନୋଜ ମହାନ୍ତି ଅନୁଗୁଳ ଜିଲ୍ଲାପାଳ ହୋଇଛନ୍ତି। ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି।

Follow by Email
WhatsApp