ପିଠା କାର୍ଯ୍ୟକ୍ରମକୁ କାହିଁକି ବିରୋଧ କଲେ ମହିଳା ସଂଘ,ପଢନ୍ତୁ ପୁରା ରିପୋର୍ଟ

ଛେଣ୍ଡିପଦା(ଏନଟିପି)–(ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)-

ବାଗେଡ଼ିଆ ଆଠ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ,ପ୍ରତିବାଦରେ ପୀଠା କାର୍ଯ୍ୟକ୍ରମକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡିଆ ପଞ୍ଚାୟତ ଠାରେ ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ପୀଠା ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ବ୍ଲକ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା ପରେ ଆଠ ନମ୍ବର ୱ୍ୱର୍ଡରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉନଥିବା ସମ୍ପର୍କରେ ସ୍ଥାନୀୟ ବଣିଆନଟି ସାହି ଅର୍ଥାତ ଆଠ ନମ୍ବର ୱ୍ୱର୍ଡ ବାସୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଅଭିଯୋଗ କରିଥିଲେ ।ଯାହାକି ରାସ୍ତା ନିର୍ମାଣ, ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ କରାଯାଉନଥିବା ନେଇ ଆପତ୍ତି କରିଥିଲେ ।ସେହିପରି ଏହି ।ସାହିରେ ଷ୍ଟ୍ରିଟ ଲାଇଟ ସାଙ୍ଗକୁ ସୋଲାର ଲାଇଟ ସଯୋଗ କରାଯାଇନଥିବା ଯୋଗୁଁ କେତେକ ଗୁରୁତର ଭାବେ ଅଭିଯୋଗ କରିଥିଲେ । ଏନେଇ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା ।ଫଳରେ ସଭାସ୍ଥଳରେ ଉତେଜନା ଦେଖାଦେଇଥିଲା ।ଏଥିରେ କେତେକ ମହିଳା ଗୋଷ୍ଠୀ ସଦସ୍ୟା ମାନେ କାଳିଆ ଯୋଜନା ବାବଦ ପୋଷ୍ଟର ବ୍ୟାନର ଆଦି ଚିରିବା ସହ ଫିଙ୍ଗା ଫୋପଡା କରିଥିଲେ ।ପରିସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ଶେଷରେ ଏହି ପୀଠା କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା ।ତେବେ ପ୍ରଶାସନ ଏବଂ ସରକାର ବିରୋଧୀ ଆଭିମୁଖ୍ୟ ନେଇ ଏହି ଆନ୍ଦୋଳନ ଯୋଗୁଁ ପଞ୍ଚାୟତସ୍ତରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।ଯାହାକି ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।ଅନ୍ୟ ପକ୍ଷରେ ପଞ୍ଚାୟତସ୍ତରରେ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସାଙ୍ଗକୁ ଅଭାବ ଅସୁବିଧା ସମ୍ପର୍କରେ ସବିଶେଷ ଭାବେ ତଦନ୍ତ କରାଯାଇ ଯଥାଶୀଘ୍ର ପ୍ରତିକାରମୂଳକ ପଦକ୍ଷେପ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ରୋମାଞ୍ଚଳ ଖମାରୀ ମତ ପ୍ରକାଶ କରିଛନ୍ତି ।

Follow by Email
WhatsApp