ଅନୁଗୋଳ ଏନକ୍ଲେଭ ର ହେଲା ଶିଳାନ୍ୟାସ Posted on 31/10/201931/10/2019 by NTP Bureau Report ଅନୁଗୋଳ (ଏନଟିପି): ଅନୁଗୋଳ ଏନ କ୍ଲେଭ ର ଶିଳାନ୍ୟାସ।ଅନୁଗୋଳ ରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟର ନିକଟବର୍ତ୍ତୀ ସ୍ଥାନରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ତତଃ ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ , ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟକ ଭାବେ ଯୋଗଦେଇଥିଲେ। ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ଦ୍ୱାରା ବିସ୍ଥାପିତ ହେଉଥିବା ପରିବାର ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ। ଅନୁଗୋଳ ବ୍ୟତୀତ ଅନ୍ୟ ଜିଲାରେ ମଧ୍ୟ ଏହିଭଳି ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ। ଅନୁଗୋଳରେ ପ୍ରଥମ ପର୍ଯ୍ୟାୟରେ ୩୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୮୨ ଘର ନିର୍ମାଣ ହେବ। ୨୮୨ଟି ଘର ମଧ୍ୟରୁ ୧୨୬ କେବଳ ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ପରିବାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ବିଧାୟକ ସିଂହ କହିଥିଲେ, ଦୀର୍ଘ ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୦୪ରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅଟ୍ଟାଳିକା ନିର୍ମାଣ ନିମନ୍ତେ ପରିକଳ୍ପନା କରାଯାଇଥିଲା। ଶେଷରେ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହର ଉପକଣ୍ଠରେ ହେଉଥିବା ଏହି ଆପାର୍ଟମେଣ୍ଟରେ ଅନେକ ପରିବାର ରହିବା ଦ୍ୱାରା ସେଠାରେ ଏକ ଉତ୍ତମ ଭାଇଚାରା ଓ ସଂସ୍କୃତି ଗଢ଼ି ଉଠିବ ବୋଲି କହିଥିଲେ। ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ ଓ ଢେଙ୍କାନାଳ ଏମ୍ପିଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ କମିଶନର ତଥା ସଚିବ ଗଙ୍ଗାଧର ପାତ୍ର ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଯନ୍ତ୍ରୀ ମଦନ ମୋହନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। Share on FacebookTweetFollow usSave Post Views: 382
Odisha ହତ୍ୟାକାରୀକୁ ଗିରଫ ଦାବିରେ ଏସ ପି ଙ୍କୁ ଭେଟିଲେ ମୃତକଙ୍କ ପରିବାର NTP Bureau Report 05/01/2019 0 ଏନଟିପି(ଅନୁଗୁଳ)ହତ୍ୟାକାରୀଙ୍କୁ କେବେ ଗିରଫ କରିବ ପୋଲିସ।ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ […]
Odisha ବିଜେପି ସଙ୍ଗଠନ ପର୍ବ -୨୦୧୯ ,ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ NTP Bureau Report 09/12/2019 0 ଭୁବନେଶ୍ୱର(ଏନଟିପି): ଭୁବନେଶ୍ୱର,ତା.୦୯/୧୨: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ […]
Odisha Talented,Fearless Reporter Pradeep Death Due To Covid NTP Bureau Report 13/06/2021 0 Angul(NewsTimePro): Another journalist has been killed in Covid19 . Pradeep Ghiwala, a well-known journalist from Boinda area of Anugul district, died today at a private […]