କେଉଁ ଆଧାରରେ ସରକାରୀ ଗାଡିର ଇନସ୍ୟୁରାନ୍ସ ଦରକାର ପଡିନଥାଏ ?

ଅନୁଗୋଳ(ଏନଟିପି) :

ବେପରୁଆ ଗାଡି ଚାଳନା ଯୋଗୁଁ ବଢି ଚାଲିଛି ସଡକ ଦୁର୍ଘଟଣା। ସଡକ ଦୁର୍ଘଟଣାକୁ କମ କରିବା ପାଇଁସରକାର ମୋଟର ଭେଇକିଲ୍ ଆକ୍ଟରେ କତେକ ସଂଶୋଧନ ଆଣିଛନ୍ତି । ୧୯୮୮ ପରିବହନ ଆଇନ କୁ ସଂଶୋଧନ କରାଯାଇ ୨୦୧୯ ଅଣାଯାଇଛି ନୂଆ ଆଇନ। ସଂଶୋଧିତଆଇନ ବଳରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଚେକିଙ୍ଗ ଜୋରଦାର ମଧ୍ୟ କରା ଯାଉଛି ।ଆଇନ କୁ ଉଲ୍ଲଂଘନ କଲେ ସାଧାରଣ ଲୋକଙ୍କକ ଗଣିବାକୁ ପଡୁୁୁଛି ମୋଟା ଅଙ୍କର ଫାଇନ।ଆଉ ଯଦି ଖୋଦ ପରିବହନ ବିଭାଗ ଆଇନର ଧଜ୍ଜିଆ ଉଡାଏ ତେବେ କଣ ସାତଖୁନ ମାଫ।ତା ମାନେ ଏଥିରୁ ବୁଝି ନେବାକୁ ହେବ ଯେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।ଆମେ ଏକଥା କହୁନୁ କହୁଛି RTO ଙ୍କ କାର୍ଯ୍ୟାଳୟ ରେ ଲାଗିଥିବା INTERCEPTOR ଗାଡିର ୯ ବର୍ଷ ଧରି ଇନସ୍ୟୁରାନସ ନାହିଁ।କିନ୍ତୁ ସରକାରଙ୍କ 146 ଇନସୁରାନ୍ସ ACT କହୁଛି ସରକାରୀ ଗାଡି ର ଅଁର ଯଦି ସରକାର ଯଦି ନିଜେ ଥିବେ ତେବେ ଗାଡିର ଆବଶ୍ୟକତା ନାହିଁ ଇନସ୍ୟୁରାନ୍ସ।ଯଦି ସାଧାରଣ ଲୋକଙ୍କ ପାଇଁ INSURANCE ର ନିୟମ ଅଛି ତେବେ ସରକାରୀ ଗାଡି ପାଇଁ ନିୟମ ନାହିଁ କାହିଁକି ?କାହିଁକି ହୋଇନାହିଁ ଇନସ୍ୟୁରାନ୍ସ ସରକାରୀ ଗାଡ଼ି ପିଅନ କଣ ରହିଛି ନିୟମ ???

ପରିବହନ ବିଭାଗର ନୂଆ ନିୟମ ଅନୁଯାୟୀ ଗାଡିର କାଗଜପତ୍ର ଠିକ ନଥିଲେ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା ।ରାଜ୍ୟର ସବୁ ଜିଲ୍ଲାରେ ମଧ୍ୟ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ ହେଉଥିବା ଚିତ୍ର ପ୍ରତେକ ଦିନ ସାମ୍ନା କୁ ଆସୁଛି।ଆପଣଙ୍କ ଗାଡି କାଗଜ ପତ୍ର ଠିକ ନଥିଲେ Rto କି ପୋଲିସ କବଳରୁ ବର୍ତ୍ତିବା ବଡ଼ ମୁସ୍କିଲ ।ଗଣିବାକୁ ପଡିବ ମୋଟା ଅଙ୍କର ଫାଇନ ଟଙ୍କା।କିନ୍ତୁ ଖୋଦ ପରିବହନ ବିଭାଗ ଯଦି ଆଇନ କୁ ଉଲ୍ଲଂଘନ କରେ ତେବେ ତାଙ୍କ ପାଇଁ କଣ ରହିଛି ଆଇନ ।ଫାଇନ ଆଦାୟ କରିବ କିଏ ବୋଲି ଉଠିଛି ବଡ ପ୍ରଶ୍ନ।ତାଳଚେର ଆଞ୍ଚଳିକ ପରିବହନ ବିଭାଗର ଟ୍ରାଭେରା INTERCEPTOR ଗାଡି (OR 19J 5555)ଯେଉଁ ଗାଡି ଦ୍ୱାରା ପ୍ରତେକ ଦିନ ପରିବହନ ବିଭାଗର କର୍ମଚାରୀ ବିଭିନ୍ନ ଜାଗାକୁ ଯାଇ ଅନ୍ୟ ଗାଡି ଗୁଡିକର ଗତି ଅନୁଧ୍ୟାନ କରିବା ସହ ମୋଟ ଅଙ୍କର ଜୋରିମାନା ଆଦାୟ କରିଥାନ୍ତି।ଖୋଦ ନିଜ INTERCEPTOR ଗାଡିର ୨୦୧୦ ରୁ ଏଯାବତ ଇନସ୍ୟୁରାନ୍ସ ହୋଇନାହିଁ।୯ ବର୍ଷ ଧରି କାହିଁକି ହୋଇନଥିଲା ଇନସ୍ୟୁରାନ୍ସ ।ଆମେ ଜଣାଉଛୁ ଏହାର କାରଣ 👇👇👇👇👇👇👇👇

କେଉଁ ଆଧାରରେ ସରକାରୀ ଗାଡିର ଇନସ୍ୟୁରାନ୍ସ ଆବଶ୍ୟକତା ନଥାଏ ?:

କେଉଁ ଆଧାରରେ ସରକାରୀ ଗାଡିର ଦରକାର ପଡିନଥାଏ ଇନସ୍ୟୁରାନ୍ସ ।ଆମେ ଜଣାଇବୁ ସରକାରୀ ଗାଡି ପାଇଁ କଣ ରହିଛି ନିୟମ ?ସରକାରୀ ଗାଡ଼ି କୁ ଛାଡ଼ ବେସରକାରୀ ଗାଡିକୁ ତଣ୍ଡ କାହିଁକି ଏ ତମାମ ପ୍ରଶ୍ନ ଭିତରେ ସମସ୍ତେ ଛନ୍ଦି ହୋଇଥିବା ବେଳେ ଇନସ୍ୟୁରାନ୍ସ ଆଇନ 146 ବଳରେ ସରକାରଙ୍କ କାର୍ଯ୍ୟରେ ବ୍ୟବହୃତ ଗାଡି ପାଇଁ ଦରକାର ହେବ ନାହିଁ ଇନସ୍ୟୁରାନ୍ସ।Insurance is exempted as per section 146(2)of mv act 1988….ଗାଡିର ଯଦି ମାଲିକ ନିଜେ ସରକାର ଥାଆନ୍ତି ତ ତେବେ ଇନସ୍ୟୁରାନ୍ସ ର ଆବଶ୍ୟକତା ନାହିଁ ବୋଲି ଏହି ଆଇନ ରେ ଲେଖାଯାଇଛି।ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସରକାରୀ ଗାଡିକୁ ଛାଡ଼ ତେବେ ସାଧାରଣ ଲୋକଙ୍କ ଉପରେ ସରକାରଙ୍କ ଜୁଲମ କାହିଁକି ?

Follow by Email
WhatsApp