ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ;ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ

ଚକୋଲେଟ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ । ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ।ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ସେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ତେବେ ଚକୋଲେଟ ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପେଟ କାଟିବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନେ ଏହା ଦେଖି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ । ପରିବାର ଲୋକ ଶିଶୁ ମାନଙ୍କ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଛାତ୍ରୀ ଙ୍କୁ ଭର୍ତ୍ତି କରା ଯାଇଥିବାବେଳେ ଆଉ କିଛି ଛାତ୍ରଛାତ୍ରୀ ଙ୍କୁ ଘରୋଇ ନର୍ସିଂହୋମ ରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି । 

ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ :

ଚକୋଲେଟ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ହେବା ଘଟଣା।ଖବର ପାଇ କିଶୋରନଗର ରୁ ମିଳିତ ଅଭିଯୋଗ ଶୁଣାଣି ଶିବିରରୁ ଜିଲ୍ଲାପାଳ ଅନିଲ ସାମଲ ଆସି ମେଡ଼ିକାଲ ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ CDMO ଙ୍କ ସହ ଆଲୋଚନା କରିଥିଲେ।ଛାତ୍ରଛାତ୍ରୀ ଙ୍କୁ ହର୍ଲିକସ ସହ ସହାୟତା ରାଷ୍ଧ୍ୟଇ ମଧ୍ୟ ବଣ୍ଟନ କରିଥିଲେ।
Follow by Email
WhatsApp