ନ୍ୟାୟ ଦାବୀରେ ଥାନା ଘେରିଲେ ଗ୍ରାମବାସୀ

ଅନୁଗୋଳ (ଏନଟିପି)
ନାବାଳିକାକୁ ଅପହରଣ ପରେ ହତ୍ୟା ଘଟଣାରେ ତାତିଲେ ଗ୍ରାମବାସୀ। ରାସ୍ତା ରୋକ ଆନ୍ଦୋଳନ ପରେ ଥାନା ଘେରିଲେ ଗ୍ରାମବାସୀ।ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ନିବାସୀ ସରୋଜ ମହାରଣାଙ୍କ ୧୨ ବର୍ଷର ନାବାଳିକା ଷଷ୍ଠୀ ମହାରଣାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରି ଫେରାର ହୋଇ ଯାଇଛନ୍ତି।ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ନାବାଳିକାର ମୃତଦେହ ଗତକାଲି ଉଦ୍ଧାର କରିଥିଲା ପୋଲିସ। କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ନାବାଳିକାକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ କଣ କହୁଛି।କିଏ ଅଭିଯୁକ୍ତ।ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରିବା।ସେପଟେ ନ୍ୟାୟ ଦାବିରେ ଆଜି ଅନୁଗୋଳ ଆଠଗଡ଼ ମୁଖ୍ୟ ରାସ୍ତା ଅବରୋଧ କୁ ଅବରୋଧ କରିଥିଲେ।ତୁରନ୍ତ ଅଭିଯୁକ୍ତ କୁ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଅନୁଗୋଳ ଥାନା ଘେରାଉ କରିଛନ୍ତି।ଗ୍ରାମବାସୀ ଅଭିଯୋଗ କରିଛନ୍ତି ପୋଲିସ ଅଭିଯୁକ୍ତ କିଏ ଜାଣିବା ପରେ ଚୁପ ହୋଇ ବସିଛି କାହିଁକି।କାହିଁକି ପୋଲିସ ଅଭିଯୁକ୍ତକୁ ଗିରଫ କରୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।ସେପଟେ ପୋଲିସ ଘଟଣାର ଛାନ ଭିନ ତଦନ୍ତ ଚଳାଇଛି ।ଘଟଣା କୁ ଗୁରୁତ୍ବର ସହ ନିଆଯାଉଥିବାକଥା ସହ ୪୮ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରାଯିବା କଥା କହିଛନ୍ତି ଏସ ପି ମିତ୍ରଭାନୁ ମହାପାତ୍ର।କଂଗ୍ରେସର ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିଥିଲେ
Follow by Email
WhatsApp