ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟାଘଟଣା ;ପୋଲିସ ର କାର୍ଯ୍ୟକାରିତା କୁ ନେଇ ଉଠିଲା ପ୍ରଶ୍ନବାଚୀ

ଅନୁଗୋଳ (ଏନଟିପି) :

କେମିତି ହେଲା ନାବାଳିକା ର ମୃତ୍ୟୁ !

ନୃଶଂସତାର ସୀମା ଟପିଲାଣି।ଏଠି ନାରୀ ସମାଜ ସମ୍ପୂର୍ଣ୍ଣ ଅସୁରକ୍ଷିତ।ଏକଥାଆମେ କହୁନୁ କହୁଛି ଏହି ରିପୋର୍ଟ।ଗତକାଲି କାଙ୍ଗୁଲା ଗ୍ରାମାର ଜଣେ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ନିବାସୀ ସରୋଜ ମହାରଣାଙ୍କ ୧୨ ବର୍ଷର ନାବାଳିକା ଶର୍ମିଷ୍ଠା ମହାରଣାକୁ କିଛି ଅଭିଯୁକ୍ତ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା ଅଭିଯୋଗ ।ପୁଲିସ ଘଟଣାସ୍ଥଳରେ ପହଂଚି ନାବାଳିକାର ମୃତଦେହ ଉଦ୍ଧାର କରିଛି। କାଙ୍ଗୁଲାର ଦକ୍ଷିଣକାଳୀ ମନ୍ଦିର ପଛପଟୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ନାବାଳିକାକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ କଣ କହୁଛି।କିଏ ଅଭିଯୁକ୍ତ।ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରିବ।ସେପଟେ ଘଟଣା ଘଟିବାର ୨୪ ଘଣ୍ଟା ପରେ ବି ପୋଲିସ୍ ର ହାତ କାହିଁକି ଖାଲି।ପୋଲିସ୍ ର କାର୍ଯ୍ୟକାରୀତାକୁ ନେଇ ଉଠିଲା ପ୍ରଶ୍ନବାଚୀ।କେବେ ଗିରଫ ହେବ ଅଭିଯୁକ୍ତ।ନା ବେବିନା ଇତିଶ୍ରୀ ଘଟଣା ପରି ଚାପି ହୋଇଯିବ।ସେପଟେ ନ୍ୟାୟ ଦାବିରେ ଆଜି ଅନୁଗୋଳ ଆଠଗଡ଼ ମୁଖ୍ୟ ରାସ୍ତା ଅବରୋଧ କୁ ଅବରୋଧ କରିଥିଲେ।ସେପଟେ ଏହାକୁ ରାଜନୈତିକ ରୂପ ଦେବାକୁ ମଧ୍ୟ କିଛି ନେତା ଲାଗିପଡିଥିବା ଦେଖିବାକୁ ମିଳିଛି।

ଆନ୍ଦୋଳନକୁ ଓଲ୍ହାଇଲେ ସ୍ବେଚ୍ଛାସେବୀ ସଂଗଠନ :

ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ଦାବି ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଗଣଆନ୍ଦୋଳନ ।ଅନୁଗୋଳ ବ୍ଲକ କାଙ୍ଗୁଲା ଗ୍ରାମର କାଙ୍ଗୁଲା ଗ୍ରାମର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ୩ମାସ ମଧ୍ୟରେ ଫାଶୀ ଦଣ୍ଡ ଦାବିରେ ଅାଜି ଜିଲ୍ଲା ଅାରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ  ସ୍ୱେଚ୍ଛାସେବୀ ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର,ରାକେଶ ପରିଡା,ରୋକେଶ ରୋସନ ଦାଶ,ଅାଦିତ୍ୟ ପ୍ରସାଦ ମିଶ୍ର ,ଅନ୍ୟାନ୍ୟ ସମାଜସେବୀ ଓ ଗ୍ରାମର ସମସ୍ତ ମହିଳା ପୁରୁଷ ମିଶି ଗଣଆନ୍ଦୋଳନ କରିଥିଲେ ।ଦାବି ପୂରଣ ନେହେଲେ ଆଜିମି ଦିନରେ ଭୟାବହ ଆନ୍ଦୋଳନ ଚେତାବନୀ ଦେଇଛି ସ୍ବେଛାସେବୀ ଅନୁଷ୍ଟାନ।ସତରେ କଣ ନ୍ୟାୟ ମିଳିବ ନା କିଛି ଦିନର ଚର୍ଚ୍ଚା ପରେ ପୁଣି ନାଲି ଫିତାତଳେ ପଡିରହିଯିବ ନାବଳିକାର ନ୍ୟାୟ ରୂପକ ଫାଇଲ।ଅଭିଯୁକ୍ତକୁ ଗିରଫ ପରେ ଆଇନର ଫନ୍ଦି ଭିତରେ ଖସି ଯିବେନି ତ ।

Follow by Email
WhatsApp