ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ

ଅନୁଗୋଳ(ଏନ ଟି ପି) :

ଅନୁଗୋଳ ଜିଲ୍ଲା ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ କରୋନା ବିରୁଦ୍ଧରେ ଲଢେଇ ପାଇଁ ଦ୍ଵିତୀୟ ଥର ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମନଶା ପ୍ରସାଦ ମିଶ୍ର ଓ ଜେନେରାଲ ମ୍ୟାନଜେର (ମେଟେରିଆଲ) ଶ୍ରୀ ବି. ପି. ମିଶ୍ରଙ୍କ ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ନାଲକୋ ରେ କାର୍ଯ୍ୟ କରୁଥିବା ସମସ୍ତ ଡ୍ରାଇଭର, ହେଲ୍ପର, ଟ୍ରକ ମାଲିକ ସଙ୍ଘର ସମସ୍ତ ସଭ୍ୟ, ତଥା ନାଲକୋ କୁ ବାହାରୁ ଆସୁଥିବା ସମସ୍ତ ଟ୍ରକ ଓ ନାଲକୋରେ ପରିବହନ କାର୍ଯ୍ୟରେ ନିୟୋଜିତ ସମସ୍ତ ଡ୍ରାଇଭର , ହେଲପର ଓ ଆଗନ୍ତୁକ ମାନଙ୍କୁ ମାସ୍କ, ସାନିଟାଇଜ଼ଏର ପ୍ରଦାନ ଓ ବ୍ୟାପକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଓ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ନାଲକୋ ନଗର ଟ୍ରକ ମାଲିକ ସଂଘ ସଭାପତି ରାଜୀବ ଜେନା ଓ ସମ୍ପାଦକ ରଣଜିତ ସେଠଙ୍କ ତତ୍ୱାବଧାନରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ତପନ ସାମନ୍ତ ସିଂ, ମୁକେଶ ଜେନା ଓ ବିଭୁତି ଜେନା ପ୍ରମୁଖଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
Follow by Email
WhatsApp