ବ୍ରଜଙ୍କ କ୍ୱାର୍ଟରରେ ଗାଡି ପୋଡିଲେ ଦୁର୍ବୁର୍ତ୍ତ

ଭୁବନେଶ୍ୱର(ଏନଟିପି):

ବିଧାୟକଙ୍କ କ୍ୱାର୍ଟରରେ ପଶି ନିଆଁ ଲଗାଇଲେ ଦୁର୍ବୁର୍ତ୍ତ।ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଦୁଇଟି କାର,ଗୋଟେ ୟାମାହା,ଗୋଟିଏ ବୁଲେଟ ବାଇକ କୁ କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଛନ୍ତି । ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ରେ ଏହି ଘଟଣା ଘଟିଥିବାବେଳେ କିଏ ଓ କାହିଁକି ଏ କାଣ୍ଡ ଭିଆଇଛି ତାହା ଜଣା ପଡି ନାହିଁ । ଘଟଣାରୁ ପ୍ରକାଶ ଯେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱର ବାସଭବନ ରେ ଦୁଇଟି କାର ଗତ ରାତିରେ ଥିଲା ।  ବିଧାୟକ ସ୍ୱାସ୍ଥ୍ୟଗତ କାରଣରୁ ରାଜ୍ୟ ବାହାରକୁ ଯାଇଛନ୍ତି । ତେବେ ସେ ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଥିଲା । ଫଳରେ ତାଙ୍କ ଗ୍ୟାରେଜରେ ଥିବା ଦୁଇଟି କାର ଓ ଦୁଇଟି ମୋଟରସାଇକେଲ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ରାତି ପ୍ରାୟ ୨ ରୁ ୩ ଟା ବେଳେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।ଏଠି ପ୍ରଶ୍ନ ଉଠୁଛି ରାଜନୈତିକ ଶତ୍ରୁତା ନା ବିଧାୟକଙ୍କ ବ୍ୟବସାୟିକ ଶତ୍ରୁତା କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଅନୁମାନ କରାଯାଉଛି।ଗତ ବର୍ଷ ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା ବିଧାୟକଙ୍କ କ୍ୱାର୍ଟର ର ପାଚେରୀ ଡେଇଁ ଭଙ୍ଗାରୁଜ୍ଜା କରିଥିବା ଚିତ୍ର ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।ଏ ଘଟଣା ପଛରେ କାହାର ରହିଛି ।କେଉଁ ଉଦେଶ୍ୟ ନେଇ ବିଧାୟକଙ୍କ କ୍ୱାର୍ଟର ରେ ନିଆଁ ଲଗାଇଲା ଦୁର୍ବୁର୍ତ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହୋଇଯିବ।
Follow by Email
WhatsApp