ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଅନୁଗୋଳ(ଏନ ଟି ପି):

ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ପଞ୍ଚାୟତ ସ୍ଥିତ ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ଉଦଘାଟନ କରିଛନ୍ତି। ବିଜୁ ସେତୁ ଯୋଜନା ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୨୦୨. ୬୭ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହେବାକୁ ଯାଉଛି। ଫଳରେ ପଞ୍ଚାୟତବାସୀଙ୍କର ଥିବା ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି।

ଏହି ସେତୁ ନିର୍ମାଣ ନେଇ ବଡ଼କନ୍ତକୁଳ ପଞ୍ଚାୟତବାସୀ ଉପ-ବାଚସ୍ପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ସମ୍ମାନୀତ ଅତିଥି ଭାବେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦେହୁରୀ, ୪ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତିବାଳା ନାୟକ, ୩ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ରୁବୀ ସାହୁ, ୨ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ହାଡ଼ିବନ୍ଧୁ ଦେହୁରୀ,ଅନୁଗୋଳ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ସରୋଜି ନାରାୟଣ ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ଶ୍ରୀ ଭାଗିରଥି ମାଝୀ, ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପ ସଭାପତି ଶ୍ରୀ ସରୋଜି କୁମାର ନାୟକ , ଅନୁଗୋଳ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ରାକେଶ ନନ୍ଦ, ଦୁର୍ଯ୍ୟୋଧନ ସାହୁ ଧୂର୍ବ ଚରଣ ଦେହୁରୀ ପ୍ରମୂଖ ଉପସ୍ଥିତ ଥିଲେ ।

Follow by Email
WhatsApp