ରାଜ୍ୟରେ ଦେଖାଦେଇଛି ରାଜନୈତିକ ଅସହିଷ୍ଣୁତା :ବିଜେପି Posted on 03/11/201903/11/2019 by NTP Bureau Report ଭୁବନେଶ୍ୱର(ଏନଟିପି): ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ନେତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନକରିବା ର୍ଦୁଭାଗ୍ୟଜନକ ର୍ଦୁନୀତି ଓ ଭଷ୍ଟ୍ରାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ରାଜ୍ୟସରକାର ନିଜ ସୌଜନ୍ୟତା ଭୂଲିଯାଉଛନ୍ତି ସ୍ଥାନୀୟ ଜନପ୍ରତିନିଧୀଙ୍କୁ ଅଣଦେଖା କରିବା ରାଜ୍ୟର ଶାସନ ଏବଂ ପ୍ରଶାସନ ପାଇଁ ଆଦୌ ଶୁଭଙ୍କର ନୁହେଁ ସରକାରୀ କାର୍ଯ୍ୟକ୍ରମ ଏବେ ବିଜେଡିର ଦଳୀୟ କାର୍ଯ୍ୟକ୍ରରେ ପରିଣତ ହୋଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ରିଜର୍ଭ ପୋଲିସ ଗୃହ ଉଦଘାଟନ ସମାରୋହରେ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ନିମନ୍ତ୍ରଣ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ମୃତା ସ୍ମିତାରାଣୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରିଥିବା ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ ଉଠାଇବା ଯୋଗୁଁ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନାହିଁ । ଏହି ଉଦଘାଟନ ସମାରୋହରେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ଥିବାବେଳେ ସ୍ଥାନୀୟ ଜନପ୍ରତିନିଧୀକୁ ଡକା ନଯିବା ରାଜନୈତିକ ଅସହିଷ୍ଣୁତା ନୁହେଁ କି ବୋଲି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ଅଂଚଳର ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧୀଙ୍କ ଉପସ୍ଥିତି ବହୁତ ଗୁରୁତ୍ୱ ରଖିଥାଏ । କିନ୍ତୁ ଶାସକ ବିଜେଡି ଏହାକୁ ହୀନ ରାଜନୀତିର ରଙ୍ଗ ଦେବାକୁ ବସିଛି । ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀଙ୍କ ହତ୍ୟାକାଣ୍ଡରେ ପୋଲିସର କାର୍ଯ୍ୟଦକ୍ଷତା ଏବଂ ଯାଜପୁର ଏସପିଙ୍କ ବ୍ୟକ୍ତିଗତ ଭାବେ ତଦନ୍ତ କରି ବୟାନ ଦେବା ବିରୁଦ୍ଧରେ ବିରୋଧୀ ଦଳ ନେତା ପୋଲିସକୁ କାଠ ଗଡାରେ ଛିଡା କରିଥିଲେ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଓ ଅଡିଟ କରିବା ଏବଂ ୫-ଟିକୁ ନେଇ ରାଜ୍ୟସରକାରଙ୍କୁ ଅଡୁଆରେ ପକାଇଛନ୍ତି ବିରୋଧୀ ଦଳ ନେତା । ଏହି କାରଣରୁ ଆଜି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ରିଜର୍ଭ ପୋଲିସ ଗୃହ ଉଦଘାଟନ ସମାରୋହରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଶ୍ରୀ ନାୟକଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଉଦଘାଟନ ସମାରୋହରେ ଖୋଦ୍ ପୋଲିସ ମହାନିର୍ଦ୍ଦେଶକ ଲୋକଙ୍କ ସହ ସୁସଂର୍ପକ ରଖିବା କଥା ତାଙ୍କ ଭାଷଣରେ କହିଛନ୍ତି । କିନ୍ତୁ ସେ ସ୍ଥାନୀୟ ଜନପ୍ରତିନିଧୀଙ୍କୁ ନଡାକି କିଭଳି ସଂର୍ପକ ରଖିବାକୁ ଚାହୁଁଛନ୍ତି? ସରକାରୀ କାର୍ଯ୍ୟକ୍ରମ ଏବେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛିି । ର୍ଦୁନୀତି ଓ ଭଷ୍ଟ୍ରାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ରାଜ୍ୟସରକାର ନିଜ ସୌଜନ୍ୟତା ଭୃଲିଯାଉଛନ୍ତି । ଏହା ରାଜ୍ୟର ଶାସନ ଏବଂ ପ୍ରଶାସନ ପାଇଁ ଆଦୌ ଶୁଭଙ୍କର ନୁହେଁ । ଅପରପକ୍ଷେ ରାଜ୍ୟସରକାର ଯେତେ ଅଣଦେଖା କଲେ ବି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସଦାସର୍ବଦା ସ୍ୱର ଉଠାଇ ଚାଲିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । Share on FacebookTweetFollow usSave Post Views: 331
Odisha Political Tadka ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ NTP Bureau Report 27/03/2019 0 ଭୁବନେଶ୍ବର ୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ସହ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଲୋକସଭା […]
Political Tadka Odisha Two vehicles were inaugurated by MP Mahesh Sahu on Resolution Day NTP Bureau Report 07/06/2021 0 Angul(NewsTimePro): Dhenkanal MP Mahesh Sahu on the occasion of the second day of the swearing-in ceremony on the occasion of “Service and Resolution Day”. Today, […]
Odisha Political Tadka ବିଜେଡି ବ୍ଲକ ସଭାପତିଙ୍କୁ ସ୍ୱାଗତ ଜଣାଇଲେ ବିଧାୟକ NTP Bureau Report 02/03/2020 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ୨୭ ଟି ଗ୍ରାମ ପଞ୍ଚାୟତ ର ନୂତନ ସଭାପତି ଓ ବ୍ଲକ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉସ୍ଛବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ […]