ବାଲିଗୁଡା:ଘଞ୍ଚ ଜଙ୍ଗଲରେ ଚଢ଼ାଉ: ୧୨୦୦ ଲିଟର ମହୁଲ ପୋଚ ନଷ୍ଟ :ଜଣେ ଗିରଫ Posted on 17/04/202017/04/2020 by NTP Bureau Report କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣା ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । କରୋନା କୁ ନେଇ ସବୁଠି ତାଲା ବନ୍ଦ। ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଅଞ୍ଚଳର ସମସ୍ତ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏଭଳି ପରିସ୍ଥିତିରେ ଦେଶୀମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଛି ଦେଶୀ ମଦ ଫ୍ୟାକ୍ଟ୍ରି । ଏଥିରେ ରୋକ୍ ଲଗାଇବାକୁ ବାଲିଗୁଡ଼ା ପୋଲିସ୍ ଆରମ୍ଭ କରିଛି ପ୍ରୟାସ । ପୂର୍ବ ସୂଚନା ପ୍ରକାରେ ଘଞ୍ଚ ଜଙ୍ଗଲରେ ଚାଲିଥିବା ଦେଶୀମଦ ଭାଟିରେ ଚଢ଼ାଉ କରିଛି ପୋଲିସ । ପ୍ରକାଶ ଥାଉ କି ଗତ ଦୁଇଦିନ ପୁର୍ବେ କାମପଡା ଗ୍ରାମ ନିକଟସ୍ଥ ଦଡ଼ି ଜଙ୍ଗଲରେ ଚଢ଼ାଉକରି ୨୦୦୦ ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ସହ ବହୁ ପରିମାଣର ରନ୍ଧା ସାମଗ୍ରୀ ନଷ୍ଟ କରାଯିବାସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ ।କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏନ ଟି ପି Share on FacebookTweetFollow usSave Post Views: 391
Odisha Biju Pattnaik Park, developed by JSP Foundation Inaugurated at Pallahara NTP Bureau Report 31/01/2024 0 Angul, 1St February: JSP Foundation, the social arm of Jindal Steel & Power (JSP), in association with the District Administration, Angul, inaugurated the Biju Pattnaik […]
Odisha ନିଯୁକ୍ତି ଦାବିରେ ଆନ୍ଦୋଳନ NTP Bureau Report 02/08/2019 0 ତାଳଚେର (ଏନ୍ ଟିପି): ସ୍ଥାୟୀ ନିଯୁକ୍ତି ଦାବିରେ ଏନଟିପିସି ରେଳ ଧାରଣାରେ ଆନ୍ଦୋଳନ ମିଳିଲାନି ନିଯୁକ୍ତି, ଶୁଣିଲାନି କମ୍ପାନୀ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କରିଛନ୍ତି ଏନଟିପିସି ଦ୍ୱାରା ଜମି ହରାଇଥିବା ବାରଟି ପରିବାର। ଦୀର୍ଘ […]
Odisha ସମସ୍ତଙ୍କ ପାଇଁ ଶିକ୍ଷା ର ବାର୍ତା ନେଇ KIIT ଓ KISS ର ମିନିମାରାଥନ NTP Bureau Report 27/01/2019 0 ଭୁବନେଶ୍ୱର (ଏନଟିପି) ଆଜି ସାରା ରାଜ୍ୟ ଦୌଡିଛି ଗୋଟିଏ ମହତ୍ ଉଦ୍ଦେଶ୍ୟରେ । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ଏବଂ ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛିି କିଟ୍ ଓ କିସ୍ ଚତୁର୍ଥ ମିନି ମାରାଥନ […]