କାହିଁକି ଆନ୍ଦୋଳନକୁ ସ୍ଥଗିତ ରଖିଲା ତାଳଚେର ସୁରକ୍ଷା ମଞ୍ଚ ?

ଏନଟିପି(ଅନୁଗୋଳ)

ଅନୁଗୁଳ ଜିଲ୍ଲା  ତାଳଚେର ସୁରକ୍ଷା ମଞ୍ଚ ଦ୍ୱାରା ୧୬ ଦଫା ଦାବି ନେଇ ୪ ଦିନ ଧରି  ଖଣିବନ୍ଦ ଆନ୍ଦୋଳନ ଚାଲିଥିଲା।ପ୍ରଶାଶନ ସହ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ମଞ୍ଚ।ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ବୈଠକ ବସିଥିଲା ।ବୈଠକରେ ଆସନ୍ତା ଫେବୃୟାରୀ ୫ ତାରିଖରେ ସଚିବ ସ୍ତରୀୟ ବୈଠକରେ ନିସ୍ପତି ନିଆଜିବସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ମଞ୍ଚ।ତାଳଚେର ଏମ୍ସିଏଲ କୋଇଲା ଖଣି କ୍ଷତିଗ୍ରସ୍ତ ତାଳଚେର ଅଧିବାସୀ ଙ୍କ ସୁରକ୍ଷା, ନିଯୁକ୍ତି ଓ ଥଇଥାନ ସମେତ ମହାନଦୀ କୋଲ ଫିଲଡ୍ସ ଦ୍ୱାରା ପ୍ରଭାବିତ ହୋଇ ଥିବା ଲୋକ ମାନଙ୍କ ବିଭିନ୍ନ ସମସ୍ୟା ନେଇ 16 ଦଫା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ଦ୍ଵାରା ଚାଲିଥିବା  ଅର୍ଥନୈତିକ ଅବରୋଧ ଓ ବନ୍ଦ ପାଳନ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ବ୍ୟାହତ ହେବା ସହ ପାୱାର ପ୍ଲାଣ୍ଟ ଗୁଡ଼ିକରେ ସଂକଟ ସୃଷ୍ଟି ହୋଇଥିଲା ।

ଆନ୍ଦୋଳନର ପ୍ରଭାବରୁ ରାଜସ୍ୱ କ୍ଷତି :

ଆନ୍ଦୋଳନର ପ୍ରଭାବ ଯୋଗୁଁ କୋଟି କୋଟି କୋଟି ଟଙ୍କା ରାଜସ୍ୱ କ୍ଷ୍ୟତି ସହିବାକୁ ପଡିଲା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ।ବନ୍ଦ ପାଳନ ଯୋଗୁଁ MCL ର ସମସ୍ତ 10 ଟି କୋଇଲା ଖଣି ରୁ ଉତ୍ପାଦନ ଓ ପରିବହନ ବନ୍ଦ ଯୋଗୁଁ ରାଷ୍ଟ୍ରାୟତ ଉଦ୍ୟୋଗ NTPC ଓ Nalco  CPP କୁ କୋଇଲା ଯୋଗାଣ ବନ୍ଦ ହୋଇଯାଇଥିଲା। 3 ହଜାର ମେଗାୱାଟ ବିଶିଷ୍ଟ କଣିହାଁ ସ୍ଥିତ N T P C ର ଦୈନିକ 55 ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ହେଉଥିବା ବେଳେ , ଏବେ ମାତ୍ର ଏହାର ଷ୍ଟକୟାର୍ଡ଼ ରେ 3 ଲକ୍ଷ ଟନ କୋଇଲା ଗଛିତ ଅଛି । ସେହିପରି ଏହି ଧର୍ମଘଟ ଯୋଗୁଁ MCL ର 60 କୋଟି ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର 54 କୋଟି ଟଙ୍କାର ରାଜସ୍ୱ କ୍ଷତିସହିବାକୁ ପଡିଥିଲା । 

ନିର୍ବାଚନ ପୂର୍ବରୁ ଏ ଆନ୍ଦୋଳନ କାହିଁକି ?

ସାଧାରଣ ଜମିହରାପ୍ରଜା ଯେତେବେଳେ ଆନ୍ଦୋଳନକୁ ଓଲ୍ହାଇ ନିଜର ନ୍ୟାୟ ପାଇଁ ଖଣି ଖାଦାନ ବନ୍ଦ କରି ଆନ୍ଦୋଳନ ଚଳାଇଥାଏ ତେବେ ପୋଲିସ ପ୍ରଶାଶନ ଭୟ ଦେଖାଇ ଆନ୍ଦୋଳନ କାରୀଙ୍କୁ ଗିରଫ କରି ତାଙ୍କ କଣ୍ଠରୋଧ କରିଥାନ୍ତି କିନ୍ତୁ ଗତ ୪ ଦିନ ଧରି ଆନ୍ଦୋଳନ ଚଳାଇଥିବା ତାଳଚେର ସୁରକ୍ଷା ମଞ୍ଚର ଆନ୍ଦୋଳନ ଉପରିପୋଲିସ ଆଖି ବୁଜିଲା କାହିଁକି ।ଏହି ଆନ୍ଦୋଳନ ନିର୍ଵାଚନ ପୂର୍ବରୁ କାହିଁକି।ନିର୍ବଚନୀ ବୈତରଣୀ ପାର ହେବା ଏହା ଲକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।୪ ଦିନ ର ଆନ୍ଦୋଳନର ଯେଉଁ କ୍ଷ୍ୟତି ହେଲା ସେ କ୍ଷ୍ୟତିକୁ ଭରଣା କରିବା କିଏ ବୋଲି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଚ୍ଚ ସ୍ତରୀୟ ବୈଠକରେ ପୂରଣ ହେବ ତ ଦାବି :

ଲୋକମାନଙ୍କର ଏହି ଅର୍ଥନୈତିକ ଆନ୍ଦୋଳନ , ଶିଳ୍ପ ଓ ଖଣି ସଂସ୍ଥା ଗୁଡିକରେ ଗୁରୁତର ସମସ୍ୟା ସୃଷ୍ଟି କରିଥିବାବେଳେ , ଆଜି ଅନୁଗୋଳ ଜ଼ୀଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ତାଳଚେର ସୁରକ୍ଷା ମଂଚର କର୍ମକର୍ତା ଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଏହି ଆଲୋଚନା ବିଫଳ ହୋଇଥିଲେ ମଧ୍ୟ , ତାଳଚେରର ଏହି ସବୁ ଗୁରୁତର ସମସ୍ୟା ସମ୍ପର୍କରେ ଆସନ୍ତା ଫେବୃଆରୀ 5 ତାରିଖ ସୁଦ୍ଧା ଭୁବନେଶ୍ବର ରେ  ସଚିବ ସ୍ତରୀୟ ଆଲୋଚନା ହେବ ବୋଲି ପ୍ରଶାସନ ସ୍ଥିର କରିବା ପରେ , ଅର୍ଥନୈତିକ ଆନ୍ଦୋଳନ କୁ ସେପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।ଆନ୍ଦୋଳନକାରୀଙ୍କ ପ୍ରମୂଖ ଦାବି ଗୁଡ଼ିକ ମଧ୍ୟରେ ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି 2006, ଏହାର ସ୍ପଷ୍ଟୀକରଣ ଓ ସଂଶୋଧନ ଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ତା 15/05/2018 ରିଖ ରେ ଅନୁଷ୍ଠିତ ଦଶମ RPDAC ବୈଠକରେ ଗୃହୀତ କରାଯାଇଥିବା ନିଷ୍ପତି ଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପାଇଁ ଦାବି ହୋଇଛି।ଉଚ୍ଚ ସ୍ତରୀୟ ବୈଠକରେ ଦାବି ସମାଧାନ ନହେଲେ ପୁଣି ଅନଦୋଳନ କରିବ ତାଳଚେର ସୁରକ୍ଷା ମଞ୍ଚ।

Follow by Email
WhatsApp