ପାତ୍ରପଡା ରେ ଗୁଳିମାଡ଼ ଜଣେ ଆହତ, ଜଣେ ଅଟକ

ଛେଣ୍ଡିପଦା(ଏନଟିପି):

ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ  ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୧୦ ରୁ ୧୨ ଜଣ ଯୁବକ ଧରଣୀ ଧର ସାହୁ ଘରେ ନଥିବା ବେଳେ ତାଙ୍କ ଘର ଆଗକୁ ଆସି ମାରଣାସ୍ତ୍ର ଧରି ପାଟିତୁଣ୍ଡ କରୁଥିଲେ । ଏହା ଦେଖି ଧରଣୀଙ୍କ ସ୍ତ୍ରୀ ତିଳତମା ଧରଣୀଙ୍କୁ ଫୋନ କରି ଜଣାଇଥିଲେ । ଫୋନ ପାଇ ଧରଣୀ ଘର ଆଗରେ ପହଞ୍ଚିବା ପରେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗୁଳି ଧରଣିଙ୍କ ଡାହାଣ ଜଙ୍ଘରେ ବାଜିଥିଲା।ଭୟରେ ଗୁଳିମାଡ଼ ପରେ ପରିବାର ଲୋକେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ।  ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଧରଣୀଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକମାନେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ବାରୁ ସାହୁ କୁ ଥାନାରେ ଅଟକ ରଖିଥିବା ବେଳେ କୁନା ସାହୁ ଫେରାର ହୋଇଯାଇଥିବା ଜଣାପଡିଛି।ପୋଲିସ୍ ର ତଦନ୍ତର ଦିଗ କଣ କହୁଛି।

Follow by Email
WhatsApp