ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ : ଧର୍ମେନ୍ଦ୍ର ପ୍ରଧାନ Posted on 04/10/201904/10/2019 by NTP Bureau Report ଭୁବନେଶ୍ୱର(ଏନଟିପି) : ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନ୍ୟୁଜ୍ର ୧୦ ବର୍ଷ ଓ ସମ୍ବାଦର ୩୫ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଢେ ୪ ବର୍ଷ ବିକାଶ ଓ ଶେଷ ୬ ମାସ ଖୋଲା ରାଜନୈତିକ ଓ ବୈଚାରିକ ଲଢେଇ ପାଇଁ ମତ ରଖିବା ସହ ଗଣମାଧ୍ୟମ ବିକାଶକୁ ମୂଳ ଏଜେଣ୍ଡା କରୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି । ଗଣମାଧ୍ୟମ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ସମାଜରେ ବିତର୍କ ସୃଷ୍ଟି କରୁ । ଏହା ଦ୍ୱାରା ଲୋକଙ୍କୁ ସେମାନଙ୍କର ମତ ତିଆରି କରିବାରେ ସହଜ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସମାଜରେ ସମସ୍ତଙ୍କୁ ବିଶୁଦ୍ଧ ପାଣି ମିଳୁ, ସମସ୍ତେ ଆର୍ଥିକ ସମ୍ପନ୍ନତା ହୁଅନ୍ତୁ, ସମସ୍ତଙ୍କୁ ଶିକ୍ଷା, ପୃଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଓ ରୋଜଗାର ମିଳୁ ଏ ଦିଗରେ କାହାର ଭିନ୍ନ ମତ ନଥାଏ । ମାତ୍ର ଏସବୁ କେଉଁ ବ୍ୟବସ୍ଥାରେ ଦିଆଯିବ, କିଭଳି ଦିଆଯିବ ସେ ବିଷୟରେ ସମସ୍ତଙ୍କ ଚିନ୍ତାଧାରା ଭିନ୍ନ ଆସିବା ସ୍ୱଭାବିକ । ତେଣୁ ଏହି ସବୁ ପ୍ରସଙ୍ଗକୁ ନିରପେକ୍ଷ ଭାବରେ ଉଚିତ୍ ବିତର୍କ କରି ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ଗଣମାଧ୍ୟମର ଦାୟିତ୍ୱ । ସେହିପରି ଓଡିଶାର ୨୫ଟି ଜିଲ୍ଲାରେ ନବଜାତ ଶିଶକୁୁ ୧୫ ବର୍ଷ ହେବା ପର୍ଯ୍ୟନ୍ତ ଯେତେ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା କଥା ତାହାର ଅଭାବ କାରଣରୁ ରାଜ୍ୟରେ କୁପୋଷଣ ଦେଖାଯାଇଛି । ଆଉ ୧୭ ବର୍ଷ ପରେ ଓଡିଶା ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ ହେବ । ତେବେ ପୃଷ୍ଟିକର ଖାଦ୍ୟ ଉପଲବ୍ଧ କରିବା କେବଳ ସରକାରଙ୍କର ଦୟିତ୍ୱ ନା ସମାଜର ଭୂମିକା ରହିଛି ସେ ଦିଗରେ ଚିନ୍ତା କରିବା ଦରକାର । ଏହାକୁ ପ୍ରସଙ୍ଗ କରି ଗଣମାଧ୍ୟମ ବିତର୍କ କରିବାର ଆବଶ୍ୟକତା ରହିଛି । ଯେଉଁ ସମାଜ ନିଜର ଦାୟିତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଜାଗୃତ ଅଛି ସେହି ସମାଜକୁ କେହି ଅଟକାଇପାରିବେ ନାହିଁ । ଜର୍ମାନ୍ ଓ ଇସ୍ରାଏଲ ଭଳି ରାଷ୍ଟ୍ର ପୃଥିବୀ ପାଇଁ ମଡେଲ୍ ସୃଷ୍ଟି କରିଛନ୍ତି । ଦୁଇଟି ବିଶ୍ୱଯୁଦ୍ଧର କେନ୍ଦ୍ର ବିନ୍ଦୁ ଜର୍ମାନ ବିକଟଳ ସ୍ଥିତିରୁ ବାହାରି ନୂଆ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଛି । ସାମାଜିକ ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲରେ ପାଣିର ଅଭାବ ଥିବା ପରେ ମଧ୍ୟ ସେମାନେ ଉନ୍ନତମାନର ଚାଷ କରି ଦୁନିଆ ପାଇଁ ଗୋଟେ ମଡେଲ୍ ତିଆରି କରିପାରିଛି । ଓଡିଶାରେ ନଅଙ୍କ ଦୁର୍ଭିକ୍ଷ ହେବା ପରେ ମଧ୍ୟ ରାଜ୍ୟରେ ଅଧିକ ଯେତେ ପ୍ରଗତି କରିବା କଥା କାହିଁକି ହୋଇନାହିଁ । ଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଯିବା ଦରକାର । ଆଗାମୀ ଦିନରେ ବିଶ୍ୱ କେଉଁ ମୂଲ୍ୟବୋଧକୁ ନେଇ ଆଗକୁ ଯିବାପାଇଁ ଯାଉଛି । ଆଗାମୀ ଦିନରେ ଭାରତ କଣ ହେବ, ଭାରତରେ ଓଡିଶା କେଉଁଠି ରହିବ, ଲୋକମାନେ ରହିବେ ତାହାକୁ ଭାବିବାର ଆବଶ୍ୟକତା ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶା ପୃଥିବୀର ଗୋଟେ କେନ୍ଦ୍ର ବିନ୍ଦୁ ହୋଇପାରିବ । ଏହାକୁ କ୍ରିୟାନ୍ୱୟନ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ ସାଂପ୍ରତିକ ସମୟରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଓଡିଶାର ସାମାନ୍ୟ ଲୋକଙ୍କ ଆସ୍ଥା ଓ ଭାରସା ରହିଛି । ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକଙ୍କର ଗଣମାଧ୍ୟମ ସମୂହ ପ୍ରତି ଆସ୍ଥାଭାଜନ ହୋଇପାରିଛି, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧିର ବିଷୟ । ଓଡିଆ ଗଣମାଧ୍ୟମ ଓଡିଆ ଜାତିର ବୁଦ୍ଧିମତା ଓ ଆଗକୁ ଦେଖିବାର ଦୃଷ୍ଟିଭଙ୍ଗୀ ପରିପ୍ରକାଶର ଏକ ଅଙ୍ଗ ହେବ ଏହା ରାଜ୍ୟର ଗଣମାଧ୍ୟମ ଠାରୁ ଆଶା ଓ ଅପେକ୍ଷା କରିବା ସ୍ୱଭାବିକ । ନୂଆ ଓଡିଶା ନିର୍ମାଣରେ ଗଣମାଧ୍ୟମର ବଡ ଭୂମିକା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । Share on FacebookTweetFollow usSave Post Views: 439
Odisha ଧରାପଡ଼ିଲା କି ସାଇକୋ କିଲର ? NTP Bureau Report 29/07/2019 0 କଟକ(ଏନ୍ ଟି ପି): ଧରାପଡ଼ିଲା କି ସାଇକୋ କିଲର ? କଟକରେ ଚାଞ୍ଚଲ୍ୟ ଖେଳାଇଥିବା ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । କଟକ ରାଣୀହାଟ ନିକଟରୁ ଏକ […]
Odisha ହ୍ଵାଟସଆପ୍ ରେ କରିପାରିବେ ଜିଓ ମାର୍ଟ ସପିଂ NTP Bureau Report 30/08/2022 0 ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟସ୍ଆପ୍ରେ ପ୍ରଥମ ଧରଣର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି। ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ । ସାରା […]
Odisha ଓଡିଶା ଆଡକୁ ମାଡି ଆସୁଛି ଫୋନି , ୩ ରେ ଛୁଇଁପାରେ ପୁରୀ NTP Bureau Report 30/04/2019 0 💁♂ଓଡ଼ିଶା ମୁହାଁ ‘ଫୋନି’ ୩ରେ ଛୁଇଁପାରେ ପୁରୀ ! ପବନର ବେଗ ୧୯୦ କିମି ଟପିପାରେ* 💁♂ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫୋନି’। ଧୀରେ ଧୀରେ ସମୁଦ୍ରରୁ ବଳ […]