ହାତ ଛାଡି ଶଙ୍ଖ ଫୁଙ୍କିବେ କି ନବ ?

ଝାରସୁଗୁଡା (ଏନ ଟି ପି)

ଝାରସୁଗୁଡା ର ଚର୍ଚ୍ଚିତ ଚେହେରା ଓ ଲୋକପ୍ରିୟ ବିଧାୟକ ଭାବେ ବେଶ ଜଣାଶୁଣା ଝାରସୁଗୁଡା ର ବିଧାୟକ ନବ ଦାସ ।କଂଗ୍ରେସ ଛାଡ଼ିବେ ଝାରସୁଗୁଡ଼ା ବିଧାୟକ ନବ ଦାସ ବୋଲି ଚର୍ଚ୍ଚା ହେଉଛି।ଆସନ୍ତା ୨୪ରେ ସେ ବିଜେଡିରେ ଯୋଗ ଦେଇପାରନ୍ତି ନବ । ଝାରସୁଗୁଡ଼ାରେ ଏକ ସମାବେଶରେ ସେ ଏହି ସୂଚନା ଦେଇଛନ୍ତି । ବିଧାୟକ ନବ ଦାସ କହିଛନ୍ତି, ଲୋକ ଯାହା ଚାହୁଁଛନ୍ତି ତାକୁ ସେ ଗ୍ରହଣ କରିବେ । ଲୋକମାନେ ଚାହୁଁଛନ୍ତି ସେ ବିଜେଡିରୁ ନିର୍ବାଚନ ଲଢନ୍ତୁ । ଏଥିପାଇଁ ଜନସାଧାରଣ ତାଙ୍କୁ ଅନୁରୋଧ କରୁଛନ୍ତି । ଏ ବାବଦରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ସେ ତାଙ୍କୁ ଜଣାଇବେ ବୋଲି ପରୋକ୍ଷ ରେ ଇଙ୍ଗିତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ। ୨୦୦୯ ଓ ୨୦୧୪ରେ ନବ ଦାସ ଝାରସୁଗୁଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ବିଧାୟକ ହୋଇଛନ୍ତି।ସେପଟେ କଂଗ୍ରେସ ଦଳର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କଂଗ୍ରେସର ସ୍ଥିତି ସୁଦୃଢ଼ ହୋଇଛି।ଆସନ୍ତା ୨୫ ତାରିଖରେ ହେବାକୁ ଥିବା ରାହୁଲ ଗାନ୍ଧି ଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ନବ ଦାସ ବୋଲି NEWS TIME PRO କୁ ସୂଚନା ଦେଇଛନ୍ତି।ନବ କହିଛନ୍ତି ତାଙ୍କ ସମର୍ଥକ ଚାହୁଁଛନ୍ତି ସେ ବିଜେଡି ରେ ଯୋଗଦେବାପାଇଁ।ସେପଟେ କଂଗ୍ରେସର ଅନ୍ୟ ଦୁଇ ନେତା ଯୋଗେଶ ସିଂ ଓ ପ୍ରକାଶ ବେହେରା ମଧ୍ୟ କଂଗ୍ରେସ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Follow by Email
WhatsApp