ଆଦିବାସୀ ସ୍କୁଲରେ ଛାତ୍ରୀ ଗର୍ଭଧାରଣ ଘଟଣା ;ଜବାବ ମାଗିଲେ ଧର୍ମେନ୍ଦ୍ର।

କନ୍ଧମାଳ (ଏନଟିପି)

ଆଦିବାସୀ ମାନଙ୍କର ବିକାଶ କଥା ହେଉ କି ତାଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରାଯାଇ ଶିକ୍ଷିତ କରାଯିବାର ଲକ୍ଷ ନେଇ ଆଦିବାସୀ ଆବାସିକ ବିଦ୍ୟାଳୟ ସବୁ ନିର୍ମାଣ କରାଯାଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ କରାଯାଉଛି।କିନ୍ତୁ ଆଦିବାସୀ ବିଦ୍ୟାଳୟ ଯେଉଁ ମାନଙ୍କ ହାତରେ ଟେକିଦିଆଯାଇଛି ସେମାନେ ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଦାରିଙ୍ଗବାଡି ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଚୁପ ରହିବା ଘୋର ଚିନ୍ତାର ବିଷୟ । ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କଣ କହିବେ “ଆପଣ ମାନେ ଖୁସି ତ”? ଏହା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଦିବାସୀ ଆବାସିକ ବିଦ୍ୟାଳୟରେ ରହୁଥିବା ଝିଅମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ କମ ବୟସ ଗର୍ଭଧାରଣ ତୁରନ୍ତ ନିରୁପଣ ନିମନ୍ତେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟମ ରହିଛି । ଏହି ନିୟମ କଡା କଡି ଭାବେ ପାଳନ କରିବାରେ ପ୍ରଶାସନ କାହିଁକି ବିଫଳ ହେଲା ? ଏହାର ଜବାବ ଆଜି ଓଡିଶା ମାଗୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। କନ୍ଧମାଳ ଜିଲ୍ଲାରେ ଆବାସିକ ବିଦ୍ୟାଳୟର ନାବାଳିକା ଝିଅ ସନ୍ତାନ ପ୍ରସବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ପ୍ରଶାସନିକ ବିଫଳତା ସ୍ପଷ୍ଟ ଭାବେ ଜଣାପଡୁଛି।ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା କାରଣରୁ ଦୋଷୀ ଆଇନ ହାତରୁ ଖସି ଯାଉଛନ୍ତି । ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଅତ୍ୟନ୍ତ ଜରୁରୀ ।କିଏ ଦୋଷୀ ? ଏ ଘଟଣା ପଛର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଛାତ୍ରୀ କନ୍ୟା ସନ୍ତାନ ପ୍ରସବ ପରେ ସ୍କୁଲ ପରିସରରେ ଉତେେଜନା ଦେଖାଦେଇଥିଲେ।ସେପଟେ ପୋଲିସ ଘଟଣା ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି। କଣ ରହିବ ଆଇନ ଗତ ଦିଗ।ଦୋଷୀ ଉପରେ କି ପ୍ରକାର ହେବ କାର୍ଯ୍ୟାନୁଷ୍ଠାନ ତାକୁ ହିଁ ଅପେକ୍ଷା

Follow by Email
WhatsApp