ବିଜେଡି ସମୟରେ ମହିଳାମାନେ ହୋଇଛନ୍ତି ସ୍ୱାବଲମ୍ବୀ; ବିଶାଳ ମହିଳା ମହାସମାବେଶ ଏହାର ପ୍ରମାଣ

ନରସିଂହପୁର(ଏନଟିପି)ନବୀନ ପଟ୍ଟନାୟକ ଙ୍କ ଶାସନ ରେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି,ନରସିଂହପୁର ରେ ବିଜୁ ଜନତା ଦଳର ମହିଳା ସମାବେଶ
ନରସିଂହପୁର କ୍ଳବ ପଡ଼ିଆରେ ରବିବାର ବିଜୁ ଜନତା ଦଳର ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଜଗନ୍ନାଥ ମନ୍ଦିର ରୁ ହଜାର ହଜାର ମହିଳା ମାନଙ୍କୁ ନେଇ ଏକ ବିଶାଳ ସମାବେଶ ବାହାରି କ୍ଳବ ପଡ଼ିଆ ରେ ପହଞ୍ଚିଥିଲା, ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଭଦ୍ରା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ବକ୍ତା ଭାବରେ ବିଜୁ ଜନତା ଦଳର ରାଜ୍ୟ ମହିଳା କାର୍ଯକାରୀ ସଭାନେତ୍ରୀ ତଥା ମହିଳା ନିଗମ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର,ସମ୍ମାନିତ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ସଭାନେତ୍ରୀ ଡ଼ ମିନତୀ ବେହେରା, ଉପଦେଷ୍ଟା କସ୍ତୁରୀ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବରେ ବିଧାୟକ ଦେବୀ ପ୍ରସାଦ ମିଶ୍ର,ଅନ୍ୟତମ ଅତିଥି ଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ନିର୍ମଳ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ,19 ବର୍ଷର ମହିଳା ମାନଙ୍କୁ ବିଜେଡି ସରକାର ନବୀନ ପଟ୍ଟନାୟକ ଙ୍କ ଶାସନରେ ରାଜ୍ୟରେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି, ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ବାଟ ଦେଖାଇଛନ୍ତି, ସେହିପରି ମହିଳା ମାନଙ୍କ ପାଇଁ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସହାୟତା, ଯୋଗାଇ ଦେବା ସହ ପ୍ରତି ପଞ୍ଚାୟତ ରେ ମିଶନ ଶକ୍ତି,ଗଠନ ସହିତ ମହିଳା ମାନଙ୍କର ବିକାଶ ହୋଇ ପାରିଛି, ବୋଲି ମହିଳା ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିବା ସହଦଳକୁ ତୃଣମୂଳ ସ୍ତରରୁ ମଜବୁତ କରି ଆଗାମୀ ନିର୍ବାଚନ ରେ ବିଜେଡି କୁ ବିପୁଳ ପରିମାଣରେ ଵିଜୟୀ କରିବାର ବିଜୟ ମନ୍ତ୍ର ବାଣ୍ଟିଥିଲେ, ସରପଞ୍ଚ ସସ୍ମିତା ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମସ୍ତେ ଏକ ହୋଇ ଏକ ସୁନ୍ଦର ନରସିଂହପୁର ଓ ସୁନ୍ଦର ଓଡ଼ିଶା ଗଠନରେ ସହଭାଗିତା ପାଇଁ ପରାମର୍ଶ ଦେଇଥିଲେ, ବିଜୁ ଜନତା ଦଳର ନରସିଂହପୁର ବ୍ଳକ ସଭାପତି ପ୍ରତିମା ସାହୁ ଶେଷରେ ଧନ୍ୟବାଦ ଦେଇଥିଲେ, ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର କଟକ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ, ବ୍ଳକ ସଭାପତି କୃପାସିନ୍ଧୁ ଦାଶ, ଦିଲ୍ଲୀପ ମହାନ୍ତି, ସରପଞ୍ଚ ବୀଣାପାଣି ବେହେରା ଙ୍କ ସମେତ ବ୍ଳକ ବିଭିନ୍ନ ପଞ୍ଚାୟତ ର ନେତା କର୍ମୀ ମହିଳା ସଂଘର ସଦସ୍ୟା ଙ୍କ ସମେତ ଆନୁମାନିକ ପ୍ରାୟ ଦଶ ହଜାର ଲୋକଙ୍କ ସମାଗମ ଦେେଖିବାକୁ ମିଳିଥିିିଲା।

Follow by Email
WhatsApp