ବିଜୁ ମଇଦାନରେ ହେବ ମେଗା ଆଇନ ସେବା ଶିବିର

ଅନୁଗୋଳ(ଏନଟିପି):
ଅନୁଗୁଳ ସହରର ବିଜୁ ମଇଦାନରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମେଗା ଆଇନ ସେବା ଶିବିରରେ ଅନୁଗୁଳ ଜିଲ୍ଲାରୁ ପାଞ୍ଚ ହଜାରରୁ ଅଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଯାହା ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଦେଶ ଓ ଉଚ୍ଚ ନ୍ୟାୟାଳୟ ର ପ୍ରସ୍ତାବ କ୍ରମେ ଅନୁଗୁଳ ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜନ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସହାୟତା ଯୋଗାଇ ଦିଆଯିବ।ଅନୁଗୁଳରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଷାଠିଏ ରୁ ଉର୍ଦ୍ଧ୍ବ ପ୍ରଦର୍ଶନୀ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହାକୁ ନେଇ ସର୍କିଟ ହାଉସ ସମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ଶିବିରର ମୂଳ ବାର୍ତା ହେଉଛି ସମାଜର ଦଳିତ ନିଷ୍ପେସିତ ମାନଙ୍କର ଉତଥାନ ସହ ଅନସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ଆଇନ ସେବା ଯୋଗାଇ ଦେବା। ଏହି ଶିବିର ଆୟୋଜନ ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ବ୍ଲଡ଼ ଗ୍ରୁପିଙ୍ଗ ଶିବିରର ଆୟୋଜନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଆୟୋଜନ କରାଯିବା ସହ ଜିଲ୍ଲା ପୋଲିସ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ପାଇଁ ପ୍ରଦର୍ଶନୀ ମଣ୍ଡପ ଖୋଲାଯିବ।ଏହା ସହିତ ଆଧାର କାର୍ଡ ଆବେଦନ ଓ ସଂଶୋଧନ ସମ୍ପର୍କୀୟ, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ସମ୍ପର୍କିତ ଓ ଜାତି ପ୍ରମାଣ ପତ୍ର ପ୍ରଦାନ ପାଇଁ ମଧ୍ୟ ପ୍ରଦର୍ଶନୀ ମଣ୍ଡପ ଖୋଲାଯିବ।ଆହୁରି ମଧ୍ୟ ବିଭିନ୍ନ ଭତା ପ୍ରଦାନ, ଭିନ୍ନକ୍ଷମ ଉପକରଣ ପ୍ରଦାନ, ଶ୍ରମିକ ପଞ୍ଜିକରଣ, ବିଭିନ୍ନ ସହାୟତା ଉପକରଣ ପ୍ରଦାନ ଓ ବସୁନ୍ଧରା ଯୋଜନାରେ ପଟା ପ୍ରଦାନ କରାଯିବ।ବୈଠକରେ ଉପରୋକ୍ତ ଶିବିର ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।
Follow by Email
WhatsApp