ଲୋକଙ୍କ ସେବା ଆଗରେ ସବୁ ତୁଚ୍ଛ ପ୍ରମାଣ ଦେଲେ : ମନ୍ତ୍ରୀ ପ୍ରତାପ ଜେନା

ଏନ ଟି ପି (ଭୁବନେଶ୍ୱର)

ଭୁବନେଶ୍ୱର () ଲୋକଙ୍କ ସେବା ମୋର ଲକ୍ଷ।ମାହାଙ୍ଗା ବିଧାୟକ ତଥା ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସବୁ ଭୁଲି ନିଜ କାନ୍ଧରେ ବୋହିଲେ ଶବ।ଶ୍ରୀ ଜେନା ଏବେ ପୁଣି ସେ ବିଜୁ କୃଷକ ଜନତା ଦଳର ମହାସଚିବ । ସରକାରୀ କାମର ନୈତିକ ଦାୟିତ୍ୱ ସହ ଦଳୀୟ କାର୍ଯ୍ୟ । ଏଭିତରେ ଫୁରସତ ମିଳିବା କଷ୍ଟ । ସବୁବେଳେ ପ୍ରଶାସନ ଓ ଶାସନ ଡୋରୀରେ ବନ୍ଧା । ତଥାପି ନିଜ ସମର୍ଥକ ଓ ଶୁଭେଛୁଙ୍କୁ ଭୁଲି ନାହାନ୍ତି ।

ନିଜ ନିର୍ବାଚନମଣ୍ଡଳୀର ସମର୍ଥକ ଓ ଶୁଭେଛୁଙ୍କ ଜନ୍ମଠୁ ମୃତ୍ୟୁ ଯାଏଁ ସବୁ ଭଲମନ୍ଦ କାମରେ ନିଶ୍ଚିତ ପହଞ୍ଚନ୍ତି । ନିକଟରେ ଏମିତି ଏକ ଘଟଣାରେ ପ୍ରତାପ ଓରଫ ଲୁଲୁ ଭାଇ ସୃଷ୍ଟି କରିଛନ୍ତି ଉଦାହାରଣ । ନିଜର ଜଣେ ସମର୍ଥକଙ୍କ ଶବଦାହରେ ସାମିଲ ହେଲେ ।

ସେ କେବଳ ତାଙ୍କ ସମର୍ଥକଙ୍କ ଶବଦାହରେ ସାମିଲ ହେଲେନି, ବରଂ କୁଟୁମ୍ବ ଭଳି କୋକେଇକୁ କାନ୍ଧ ଦେଲେ । ସେ ସମୟରେ ତାଙ୍କଠି ନାଥିଲା ମନ୍ତ୍ରୀ ହୋଇଥିବାର ଆତ୍ମବଡିମା ନା ଜଣେ ଆଗଧାଡ଼ିର ନେତା ହୋଇଥିବାର ଗର୍ବ । ଜଣେ ଅଞ୍ଚଳବାସୀ, କୁଟୁମ୍ବର ଜଣେ ସଦସ୍ୟ ଓ ଜଣେ ସହୃଦୟ ବ୍ୟକ୍ତିର ପରିଚୟ ଦେଇଛନ୍ତି । ତାଙ୍କର ଏହି ଗୁଣ ପାଇଁ ସେ ଆଜିବି ନିଜ ନିର୍ବାଚନମଣ୍ଡଳୀରେ ସମସ୍ତଙ୍କ ହୃଦୟରେ ।ଲୋକଙ୍କ ସେବା କରିବା ଅପାଇଁ ଭଗବାନ ମତେ ସୁଯୋଗ ଦେଇଛନ୍ତି ବଞ୍ଚିଥିବା ଯାଏଁ ଲୋକଙ୍କ ସେବାରେ ନିଜ ଜୀବନକୁ ବିତାଇବାର ଲକ୍ଷ ନେଇ ଆଗକୁ ଚଳାନ୍ତି ପ୍ରତାପ।ଏତେ ଦାୟିତ୍ୱରେ ଥିଲେ ମଧ୍ୟ ସବୁ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବା ସହ ନିର୍ଵାଚନମଣ୍ଡଳୀ ର ବିକାଶ ମୋର ପ୍ରଥମ ପ୍ରାଥମିକତା।

Follow by Email
WhatsApp